କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ରାଜନୀତି ନୁହେଁ, ସରକାରୀ ଯୋଜନା ଓ ଲୋକଙ୍କ ସେବା ହେଉଛି ଲକ୍ଷ୍ୟ । ରାଜନୀତି କରି ପାଣ୍ଠି ବଢାଇବା ନୁହେଁ ବରଂ ସାଧାରଣ ଲୋକଙ୍କ ସେବା ମୋର ଲକ୍ଷ୍ୟ । ଗରିବ ଲୋକଙ୍କ ସ୍ୱାର୍ଥରେ ସରକାରଙ୍କ ପକ୍ଷରୁ ହେଉଥିବା ପ୍ରତିଟି ଯୋଜନା କିପରି ଫଳପ୍ରଦ ହେବ ତାହା ହେଉଛି ମୋର ମୁଖ୍ୟ ଉଦ୍ଦେଶ୍ୟ । କିଛି ଏଭଳି ଦୃଢ଼ ବାକ୍ୟ ସହ ଆଗାମୀ ସାଧାରଣ ନିର୍ବାଚନରେ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀନୀ ହେବାକୁ ଅସାୟୀ ଅଛନ୍ତି ରୂପାଲି ଲେଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି ରାଜନୀତିରେ ପାଦ ଥାପିଛନ୍ତି ରୂପାଲି । ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥରେ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ମାତ୍ର ଅନେକ ସମୟରେ ବିଭିନ୍ନ କାରଣରୁ ଏହା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ । ସରକାରଙ୍କର ପ୍ରତିଟି ଯୋଜନା ଦ୍ୱାରା କିପରି ଲୋକ ଉପକୃତ ହୋଇପାରିବେ ସେଥିପାଇଁ ରୂପାଲି ରାଜନୀତିକୁ ଆସିଛନ୍ତି ଏବଂ ନିରନ୍ତର ଉଦ୍ୟମ କରିବେ ବୋଲି କହିଛନ୍ତି ।
ରାଜନୀତି ନୁହେଁ, ସରକାରୀ ଯୋଜନା ଓ ଲୋକଙ୍କ ସେବା ହେଉଛି ଲକ୍ଷ୍ୟ – ରୂପାଲି ଲେଙ୍କା !!!

