କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବର୍ତ୍ତମାନ ଇଣ୍ଟରନେଟର ଯୁଗ ଆଉ ପ୍ରତି ହାତରେ ସ୍ମାର୍ଟ ଫୋନ । ମିଡ଼ିଆ ରୁ ଠାରୁ ବର୍ତ୍ତମାନ ସୋସିଆଲ ମିଡିଆ ଅଧିକ ଆକ୍ଟିଭ । କୌଣସି ସ୍ଥାନରେ ଯାହା କିଛି ଘଟଣା ଦୁର୍ଘଟଣା ଘଟୁଛି ସେଗୁଡିକ ବହୁତ କମ ସମୟରେ ଭିତରେ ଏହା ଲୋକ ଲୋଚନକୁ କେବଳ ସୋସିଆଲ ମିଡିଆ ପାଇଁ ଆସି ପାରୁଛି । ଆଉ ସୋସିଆଲ ମିଡିଆରେ ବର୍ତ୍ତମାନ ଅଧିକ ଚାହିଦା ନ୍ୟୁଜ ପୋର୍ଟାଲ ଗୁଡିକର ରହିଛି । ଯେଉଁଥି ପାଇଁ ସାମ୍ବାଦିକତା କ୍ଷେତ୍ରରେ ପୋର୍ଟାଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି କିଛି ମତ ଉପସ୍ଥାପନ କରିଛନ୍ତି ଟାଇମସ ନ୍ୟୁଜ ଓ ସତ୍ୟର ସନ୍ଧାନ ଖବରକାଗଜର କଟକ ଜିଲ୍ଲା ବୈଠକରେ ଉପସ୍ଥିତ ଅତିଥି ବୃନ୍ଦ । ସେମାନେ କହିଛନ୍ତି ଯେ ଇଣ୍ଟରନେଟ ଓ ମୋବାଇଲ ଯୁଗରେ ବର୍ତ୍ତମାନ ପୋର୍ଟାଲ ସମ୍ବାଦ ପରିବେଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ପ୍ରତ୍ୟେକ ସମ୍ବାଦ ସତ୍ୟ ଓ ନିରପେକ୍ଷ ହେବା ଆବଶ୍ୟକ ।