ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଥମିଲା ମେଣ୍ଟ ଚର୍ଚ୍ଚା , ଏବେ ସବୁ ଦଳ ହେଲେଣି ତୟାର ! ତେବେ ବିଭିନ୍ନ ରାଜନୈତିକ ଦଳ ଭିତରେ ଆରମ୍ଭ ହେଲାଣି ଟିକେଟ ନେଇ ଛକପଞ୍ଚା ! ବିଭିନ୍ନ ଘଟଣାକ୍ରମକୁ ନେଇ ନୟାଗଡ ଜିଲ୍ଲାର ରାଜନୀତି ସରଗରମ ଥିବା ବେଳେ , ଦଶପଲ୍ଲା ର ମାହୋଲ ବେଶ ରୋଚକ ! ନୟାଗଡ ର ପ୍ରଭାବୀ ନେତା ତଥା ବିଧାୟକ ଙ୍କ ନୋ ରିପିଟ ପ୍ଲାନ ଗତ ଦୁଇ ଥର ଅନେକ ଙ୍କ ଟିକେଟ ଉଡାଇ ଦେଇଛି ! ଖଣ୍ଡପଡ଼ା ବିଧାୟକ ସୌମ୍ୟ ବାବୁ ଦଳରୁ ତଡା ଖାଇବା ପରେ ସେଠି ବଢି ଯାଇଛି ଆଶାୟୀଙ୍କ ସଂଖ୍ୟା ! ସେହିପରି ରଣପୁର ଏବଂ ଦଶପଲ୍ଲାରେ ସ୍ଥିତି ଅସ୍ପଷ୍ଟ ! ତେବେ ପ୍ରଶାସନିକ ସେବା ଚାକିରୀ ଛାଡି ରାଜନୀତିକୁ ଆସିଥିବା ରମେଶ ଚନ୍ଦ୍ର ବେହେରା ଦେଇଛନ୍ତି ଭିନ୍ନ ମତ ! ଟିକେଟ ମିଳିବା ନୂହେଁ ବରଂ ସେ ଜିତିବା ନେଇ ପୁରା ନିଶ୍ଚିତ ! ଦଶପଲ୍ଲା ରେ କଂଗ୍ରେସ ଏବଂ ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ କିଛି ଆଭାସ ଆସିନାହିଁ ! ତେବେ ଦଶପଲ୍ଲା ରାଜନୀତିରେ ଏଥର ନୂଆ ଏଣ୍ଟ୍ରି କରିଛନ୍ତି ଯୁବ ସାମ୍ବାଦିକ ତଥା ବହୁଜନ ସମାଜ ପାର୍ଟିର ସଦସ୍ୟ କାହ୍ନା ନାୟକ ! ଦଶପଲ୍ଲା ର ବାସିନ୍ଦା କାହ୍ନା ନାୟକ , ନିର୍ବାଚନ ମଣ୍ଡଳୀ ସାରା ବୁଲି ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ବ ନିର୍ବାଚନ ଉପରେ ପ୍ରଭାବୀ ହେବ ବୋଲି ମତ ଦେଇଛନ୍ତି ରାଜନୀତି ସମୀକ୍ଷକ !
ଦଶପଲ୍ଲା ମୈଦାନ ରେ ଜୋରଦାର ପ୍ରସ୍ତୁତି !!!

