ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆଜି ମାର୍ଚ୍ଚ 22 ବିଶ୍ୱ ଜଳ ଦିବସ ଅବସରରେ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି | ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ କମିସନର ପୋଲିସ ଜୋନ ୧ ର ଏସିପି ଶୁଭ ନାରାୟଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେନିଙ୍ଗ ସେଲ୍ ଏସିପି ମାନସ ଗଡ଼ନାୟକ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଯୁବ କର୍ମୀ ସୁକାନ୍ତ ମହାନ୍ତି, ସିମାଦ୍ରି ଶେଖର ସାହାଣୀ, ବୈଲୋଚନ ସାହୁ, ମାନସ ବସ୍ତିଆ, ରୁତୁରାଜ ପଟ୍ଟନାୟକ , ମାନି ପଣ୍ଡା, ନାରାୟଣ ଚନ୍ଦ୍ର ଓଝା, ଅରୁଣ ସ୍ୱାଇଁ, ସଞ୍ଜୟ ପରିଡ଼ା, ନଟବର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *