ପ୍ଳାଷ୍ଟିକ ପ୍ରଦୂଷଣ ମୁକ୍ତ ଚିଲିକା ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡକ୍ରସ୍ ର ମିଳିତ ଆନୁକୂଲ୍ୟରେ ଓ ଚିଲିକା ବନ୍ୟପ୍ରାଣୀ ବିଭାଗର ସହଯୋଗ ରେ ପ୍ଳାଷ୍ଟିକ ପ୍ରଦୂଷଣ ମୁକ୍ତ ଚିଲିକା ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଡି.ଏଫ୍.ଓ ଅମ୍ଲାନ ନାୟକ ଓ ରେଞ୍ଜର ଅଫିସର ରଶ୍ମିତା ଜେନା ଙ୍କ ତତ୍ତ୍ଵାବଧାନରେ ସମସ୍ତେ ଏନ୍.ଏସ .ଏସ, ରେଡକ୍ରସ୍ ର ସ୍ବେଚ୍ଛାସେବୀ ଓ ଏନ୍ ସି ସି କ୍ୟାଡେଟ ମାନେ ଡଙ୍ଗା ମାଧ୍ୟମରେ ନଳବଣ କୁ ଯାତ୍ରା କରିଥିଲେ । ସେଠାକାର ପରିବେଶ କୁ ଅନୁଧ୍ୟାନ କରିଥିଲେ। ଏବଂ ଏହାପରେ କାଳିଜାଇ ମନ୍ଦିର ରେ ପହଞ୍ଚି ସେଠାକାର ପରିବେଶ ରେ ପଡିରହିଥିବା ଅଳିଆ ଓ ପ୍ଳାଷ୍ଟିକ ଆବର୍ଜ୍ଜନା କୁ ପରିଷ୍କାର କରିଥିଲେ । ପରିଶେଷରେ ସି ଡି ଏ ଅଫିସର ମନୋରଂଜନ ମିଶ୍ର, ଫରେଷ୍ଟ ଗାର୍ଡ ନାରାୟଣ ଆରତିଆ,କୃପାଞ୍ଜଳି ଶ୍ରୀଚନ୍ଦନ ଓ ଲିପିନା ପାଇକରାୟ ଙ୍କ ଦ୍ୱାରା ସ୍ୱେଚ୍ଛାସେବୀ ମାନେ ଅଭିଜ୍ଞତା ଅର୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଏନ୍ ଏସ ଏସ ଅଫିସର ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଓ ରୀନା ରାଉତ, ରେଡକ୍ରସ୍ ର କାଉନସିଲର ମନସ୍ବିନୀ ପଟ୍ଟନାୟକ ଓ ମହାବିଦ୍ୟାଳୟର ର ଅଧ୍ୟାପିକା ସ୍ୱାତୀ ସ୍ୱାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର,ସୁଚିସ୍ମିତା ମହାପାତ୍ର,ଝରଣା ନାଥ, ରୋଜାଲିନ ମିଶ୍ର, ଅମ୍ରିତା ନନ୍ଦ, ଅଧ୍ୟାପକ ଚନ୍ଦନ ନାୟକ, ବିଶ୍ଵଜିତ ଦାସ । ଉକ୍ତ କାର୍ଯ୍ୟକ୍ରମ ରେ ନେତୃତ୍ୱ ନେଇଥିଲେ ସଂଗ୍ରାମ କେଶରୀ ବେହେରା, ଧରିତ୍ରୀ ବିଶୋଇ,ଶିବ ମହାରଣା ଓ ଆଲୋକ ବେହେରା ପ୍ରମୁଖ ।।

Leave a Reply

Your email address will not be published. Required fields are marked *