ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ ଶିକ୍ଷା ବିକାଶ ସମିତି ଙ୍କ ଯୋଜନା ଅନୁଯାୟୀ କଣ୍ଢେଇ ଦିବସ କାର୍ଯ୍ୟକ୍ରମ କରାଯାଇଥିଲା । ପରେ ପରେ ପ୍ରଥମ ପର୍ଯ୍ୟାୟ ଦ୍ୱିତୀୟ ସୋପାନ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପୂର୍ବତନ ସରପଞ୍ଚ ଶ୍ରୀମତୀ ସୋନାଲିକା ମନ୍ଥନ ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। । ଶିଶୁ ଭାଇ ଭଉଣୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଶିଶୁବାଟିକା ପ୍ରମୁଖ ଟୁନି ଗୁରୁମା ମଞ୍ଚାସିନ ଅତିଥି ମହୋଦୟ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଆଚାର୍ଯ୍ୟ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟ ରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ । ତା ପରେ ଶିଶୁ ଭାଇଭଉଣୀ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟବକ୍ତା ଶ୍ରୀମତୀ ସରୋଜିନୀ ସାହୁ (ଅଙ୍ଗନୱାଡ଼ି କର୍ମୀ) ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ର ଦ୍ଵିତୀୟ ସୋପାନ ଶିଶୁ ଶିକ୍ଷାରେ ମାତା ପିତାଙ୍କ ଭୂମିକା ଉପରେ ଅଭିଭାବକ ମାନଙ୍କୁ ସୁନ୍ଦର ଭାବରେ ବୁଝାଇଥିଲେ । ପରେ ଶଙ୍କା ମୋଚନ ,ଗୃହକାର୍ଯ୍ୟ ପରେ ଟୁନି ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବନ୍ଦେ ମାତରମ୍ ପରେ ସମସ୍ତ ଅଭିଭାବକ ମାନେ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମ କୁ ଶିଶୁବାଟିକା ପ୍ରମୁଖ ଟୁନି ଗୁରୁମା ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ,ସେବିକା ମାନଙ୍କର ସହାୟତା ରେ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
କଣ୍ଢେଇ ଦିବସ କାର୍ଯ୍ୟକ୍ରମ !!!

