ଶବ ଦାହ କରି ଫେରିବା ସମୟରେ ନିଜେ ହୋଇଗଲେ ଶବ !!!

0
231

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ମହାନଦୀରେ ବୁଡିଯାଇ ଯୁବକର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମରେ । ସୂଚନା ଅନୁଯାୟୀ ରତାପାଟ ଗ୍ରାମର ମିଛୁ ସେଠୀ ଙ୍କ ପୁଅ ପ୍ରଫୁଲ୍ଲ ସେଠୀ (ବୟସ 25 ବର୍ଷ) ବଡମ୍ବା ଥାନା ଅନ୍ତର୍ଗତ କଣ୍ଢା ଗ୍ରାମକୁ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁରେ ଶବଦାହ କରିବାକୁ ଯାଇଥିଲେ । ଶବ ଦାହ କରି ସାରିବା ପରେ ପ୍ରଫୁଲ୍ଲ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମା ଭଟାରିକା ପୀଠ ନିକଟସ୍ଥ ମହନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀରେ ଗାଧୋଇବା ସମୟରେ ପ୍ରଫୁଲ୍ଲଙ୍କ ଗୋଡ ଖସି ଯିବାରୁ ବୁଡି ଯାଇଥିଲେ । ପରିବାରର ଅନ୍ୟ ସଦସ୍ୟ ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ଉଦ୍ଧାର କରି କୂଳକୁ ନେଇ ଆସିଥିଲେ । ପରିବାର ଲୋକେ ବଡମ୍ବା ଅଗ୍ନିଶମ ବାହିନୀ ସହାୟତାରେ ପ୍ରଫୁଲ୍ଲ ଙ୍କୁ ବଡମ୍ବା ଡାକ୍ତରଖାନା କୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ମଶାନର ଅନ୍ତିମକାଳୀନ କାମରେ ଯୋଗଦେଇ ଫେରିବା ରାସ୍ତାରେ ନିଜେ ଏପରି ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି .

LEAVE A REPLY

Please enter your comment!
Please enter your name here