ଦଶପଲ୍ଲାରେ ସାଧାରଣ ଲୋକଙ୍କ ପସନ୍ଦ – ରମେଶ ଚନ୍ଦ୍ର ବେହେରା !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ସାରା ଭାରତରେ ଆଦର୍ଶ ଆଚରଣ ଲାଗି ଗଲାଣି l ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ଦଶପଲ୍ଲା ରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି l ସଂନ୍ଧ୍ୟା ହେଲେ ଚା ଦୋକାନ ରେ ହେଉ କି ଗାଁ ଦାଣ୍ଡରେ ରାଜନୀତିକ ମାହୋଲ ଆରମ୍ଭ ହୋଇଯାଉଛି l ଦଶପଲ୍ଲା ରେ ଅଳ୍ପ କିଛି ଦିନ ହେଲା ଅନେକ ନେତା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ବିରୁଦ୍ଧରେ ସଂଗଠନ କରୁଥିବା ବେଳେ ରମେଶ ହଟାଅ ଦଶପଲ୍ଲା ବଞ୍ଚାଅ ନାରା ଦେଇ କିଛି କିଛି ଜାଗାରେ କାର୍ଯ୍ୟକ୍ରମ ଚଳାଇଥିଲେ l କିନ୍ତୁ ଏବେ କିଛିଦିନ ହେଲା ସବୁ ଶାନ୍ତ ପଡିଯାଇଛି l ଗ୍ରାଉଣ୍ଡ ଜିରୋ ରୁ ଆମେ ଯାହା ରିପୋର୍ଟ ନେଇଛୁ ସାଧାରଣ ଲୋକ ରମେଶ ବାବୁ ଙ୍କୁ ଅଧିକ ପସନ୍ଦ କରୁଛନ୍ତି l କିନ୍ତୁ କିଛି କୁଚକ୍ରୀ ବିଧାୟକ ଙ୍କ ବିରୁଦ୍ଧରେ ଯାଉଛନ୍ତି l ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି କୁଆଡେ ରମେଶ ବାବୁଙ୍କୁ ବିଜେଡି ପୁଣି ଟିକେଟ ଦେବାର ଅଛି l ସେଥିପାଇଁ ରମେଶ ବାବୁ ଏବେ ନିଜ ଏରିଆରେ ସମୟ ଦେଉଛନ୍ତି l ଆମେ ନୂଆଗାଁ ବ୍ଲକ ର ବେତନଟୀ ରେ ପହଂଚି କିଛି ଲୋକଙ୍କର ମତ ନେଇଥିଲୁ l ସବୁଠି , ସାଧାରଣ ଲୋକଙ୍କ ପସନ୍ଦ – ରମେଶ ଚନ୍ଦ୍ର ବେହେରା !

Leave a Reply

Your email address will not be published. Required fields are marked *