ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଉପକୂଳ ସୁରକ୍ଷା ନେଇ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ’ । ପାରାଦୀପରେ ଆରମ୍ଭ ହେଲା ଦୁଇଦିନିଆ ଉପକୂଳ ସମରାଭ୍ଯାସ | ଏହି ମିଳିତ ସମରାଭ୍ଯାସ ର ନାଁ ରଖାଯାଇଛି ‘ସାଗର କବଚ – ଓଡି / ୧ । ସମରାଭ୍ୟାସ ରେ ମେରାଇନ ପୋଲିସ , କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ , ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ସାମିଲ ହୋଇଥିବା ଜଣାପଡିଛି | ଉପକୂଳ ସହିତ ଜଳ ପଥ ରେ ମଧ୍ଯ କଡା ପ୍ରହରା ଦିଆଯାଉଥିବା ବେଳେ ପାରାଦୀପ ର ପ୍ରତିଟି ଜାଗାରେ ଚେକିଂ କଡାକଡି ଭାବେ କରାଯାଉଛି | ଜଳ ପଥ ଦେଇ ସ୍ଥଳ ଭାଗକୁ କିଭଳି ଶତୃ ପକ୍ଷ ପ୍ରବେଶ ନକରି ପାରିବେ ତାହାକୁ ନେଇ ଚାଲିଛି ଏହି ଦୁଇଦିନିଆ ସମରାଭ୍ଯାସ | ଦୁଇଟି ଟିମ ଗଠନ କରାଯାଇ ସମୁଦ୍ର ଭିତରକୁ ରେଡ ଟିମ ଯାତ୍ରା କରି ବିଭିନ୍ନ ମାରଣାସ୍ତ୍ର ଧରି ଉପକୂଳ କୁ ପ୍ରବେଶ କରିବାକୁ ଚେଷ୍ଟା କରିବେ | ଆଉ ଉପକୂଳ ସୀମା ରେ କଡା ପ୍ରହରା ଦେଉଥିବା ବ୍ଲୁ ଟିମ ସେମାନଙ୍କୁ ପ୍ରତିହତ କରିବାକୁ ଚେଷ୍ଟା କରିବ | ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ଯାସ କରାଯାଉଛି ।