୨୧୦ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାମାରୀ କରୋନାକୁ ସମଗ୍ର ପୃଥିବୀରୁ ସମ୍ପୂର୍ଣ୍ଣ ଭାବେ ଲୋପ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୪୬୩ ଦିନ ଧରି ମହାମାରୀ କରୋନା ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ଲୋକ ମାନଙ୍କୁ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ମାଧ୍ୟମରେ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରଖିଛି। ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ଦିନ ସଂଖ୍ୟା ୧୪୫୭ରୁ ୧୪୬୩ପର୍ଯ୍ୟନ୍ତ ଅର୍ଥାତ୍ ଗତ ୧୭ ମାର୍ଚ୍ଚ ୨୦୨୪ ମସିହାରୁ ୨୩ ମାର୍ଚ୍ଚ ୨୦୨୪ ମସିହା ପର୍ଯ୍ୟନ୍ତ ସାତ ଦିନ ଧରି ଅର୍ଥାତ୍ ଫାଉଣ୍ଡେସନର ୨୦୯ ତମ ସପ୍ତାହରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ମାନଙ୍କୁ ରିଲଫ୍ ବଣ୍ଟନ ଜାରି ରଖିଥିବାର ଦେଖିବାକୁ ମିଳିଛି।ଏଥିରେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ପ୍ରିତମ ଜେନା ଓ ଅନ୍ୟମାନେ ସହଯୋଗ କରିଥିଲେ।ମିଳିଥିବା ସୂଚନା ଅନୁଯାୟୀ ଭାରତରେ କୋଭିଡ ଆକ୍ଟିଭ କେସ ତଳମୁହାଁ ହେବାସହ ତିନି ଅଙ୍କରେ ପହଞ୍ଚିଛି। ଗତ ଶୁକ୍ରବାର ଭାରତରେ ଏହାର ମାତ୍ରା ୯୯୨ ଥିବା ବେଳେ ଗତ କାଲି ଏହା ୯୯୦ରେ ସୀମିତ ରହିଛି। ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସୂଚନା ଅନୁଯାୟୀ ଅନ୍ତତଃ ପକ୍ଷେ ୧୫୦୦ ଦିନ ପର୍ଯ୍ୟନ୍ତ ଏହି କୋଭିଡ୍ କିଟ୍ ବଣ୍ଟନ କରାଯିବା ପାଇଁ ସ୍ଥିର କରାଯାଇଛି।

Leave a Reply

Your email address will not be published. Required fields are marked *