ବରିଷ୍ଠ ନେତା ହୋଇ ରହିଗଲେ ଦୁଇ ପ୍ରଭାତ : ପୁଅ ହାତେଇଲେ ଟିକେଟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଆସନ୍ତା ନିର୍ବାଚନ ପାଇଁ ବିଜେଡି ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ! ପ୍ରାୟତଃ ଜାଗାରେ ପୁରୁଣା ନେତାଙ୍କୁ ଦଳ ଅଗ୍ରାଧିକାର ଦେଇଥିବା ସମୟରେ ଅଳ୍ପ କେତେକ ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ ହୋଇଛି ! କଟକ ଜିଲ୍ଲାର ବାଙ୍କୀ ଏବଂ କଟକ ଚୌଦ୍ୱାର ରେ ଦୁଇ ଯୁବନେତା ଦେବୀ ରଞ୍ଜନ ତ୍ରିପାଠୀ ଏବଂ ସୌଭିକ ବିଶ୍ୱାଳ ଙ୍କୁ ଦଳ ପ୍ରାର୍ଥୀ ଭାବରେ ଚୟନ କରିଛି ! ତେବେ ଉଭୟ ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ବିଧାୟକ ହେବା ଆଶା ରଖିଥିବା ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ରଞ୍ଜନ ବିଶ୍ୱାଳ ବରିଷ୍ଠ ନେତା ହୋଇ ରହିଗଲେ , ପୁଅ ହାତେଇଲେ ଟିକେଟ ! ଗତ 2019 ନିର୍ବାଚନରେ ଅପରାଧିକ ମାମଲାରେ ସମ୍ପୃକ୍ତି କାରଣରୁ ଉଭୟଙ୍କୁ ଦଳ ଟିକେଟ ଦେଇନଥିଲା ! ତେବେ ଉଭୟ ସ୍ଥାନରେ ସେମାନଙ୍କ ପୁଅ ଙ୍କୁ ମିଳିଥିଲା ଟିକେଟ ଏବଂ ସେମାନେ ବିଜୟୀ ମଧ୍ୟ ହୋଇଥିଲେ ! 2019 ପର ଠାରୁ ଏବେ ସୁଦ୍ଧା ଉଭୟ ନେତା ନିଜ ନିର୍ବାଚନ ମଣ୍ଡଳୀରେ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଦାୟିତ୍ୱ ନେଇ ଲାଗି ପଡ଼ିଥିଲେ ! ହେଲେ ଦଳ ନିଷ୍ପତ୍ତି ନବଦଳାଇ . ଉଭୟ ସ୍ଥାନରେ ଯୁବ ନେତାଙ୍କୁ ବାଛିଛି ପ୍ରାର୍ଥୀ ଭାବରେ !

Leave a Reply

Your email address will not be published. Required fields are marked *