ସଞ୍ଜ ନଇଁଲେ ରାଜରାସ୍ତା କବଜା କରୁଛନ୍ତି ଷଣ୍ଢ ଏବଂ ଗାଈ ଗୋରୁ !!!

0
79
Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡ଼ା ବ୍ଲକର ପ୍ରତ୍ୟେକଟି ଗାଁ ଚାଷ ଉପରେ ନିର୍ଭରଶୀଳ ଅଟନ୍ତି | କେତେବେଳେ ଚନ୍ଦକାଜଙ୍ଗଲୀ ହାତୀଙ୍କ ଉପଦ୍ରଵତ ପୁଣି କେବେ ବୁଲା ଗାଈଗୋରୁ, ମାଙ୍କଡ଼ଙ୍କ ଉତ୍ପାତ ବାଙ୍କୀ ଚାଷୀଙ୍କ ମେରୁଦଣ୍ଡ ଭାଂଗିଥାଏ | ଏବେ କିଛିବର୍ଷ ହେବ ଦେଖାଯାଉଛି, ସନ୍ଧ୍ୟା ହେଲେ ଷଣ୍ଢ ଏବଂ ଗାଈମାନଙ୍କ ବାସସ୍ଥାନ ପାଲଟିଛି ମୁଖ୍ୟ ରାଜରାସ୍ତା | ତାଳବସ୍ତରୁ ଖୋର୍ଦ୍ଧା ବାଙ୍କୀ କଟକ ରାସ୍ତା ମାନଙ୍କରେ ଏହି ଗୃହ ପାଳିତ ପଶୁ ମାନଙ୍କର ଶୋଈ ରହିବା କାରଣରୁ ବହୁତ ଛୋଟ ବଡ଼ ଦୁର୍ଘଟଣାମାନ ପ୍ରତିଦିନ ଘଟୁଅଛି | ସାଧାରଣ ଲୋକ ଏବଂ ପ୍ରଶାସନ ଏଥିପ୍ରତି ସଚେତନ ନୁହନ୍ତି | କିଛି ପଠାଣ ଗୋଚାଲାଣ ଏବଂ ଗାଈ ବିକ୍ରେତା ଦଲାଲଙ୍କ ପାଇଁ ରାତି ଅଧରେ ରାସ୍ତାରୁ ଚୋରି ହେଉଛନ୍ତି ଏହି ଗାଈ ମାନେ | ତାଳବସ୍ତ ଫାଣ୍ଡି ଏବଂ କଇଁମୁଣ୍ଡି ବିଟ ହାଉସ ରାସ୍ତା ପାର୍ଶ୍ୱରେ ଥିବା ଯୋଗୁଁ ମାଙ୍କଡାପଥର ଗାଡି, ବାଲି ହାଇୱାଗୁଡିକ ବହୁତ ଦ୍ରୁତ ଗତିରେ ଅସାବଧାନତା ଗାଡି ଚଳାଇବା ଫଳରେ ପ୍ରତିଦିନ ଗୋମାତା ମରଣକୁ ବରଣ କରୁଛନ୍ତି | ଏଥିପ୍ରତି ପୋଲିସ ବିଭାଗର ମଧ୍ୟ ଦାୟିତ୍ୱ ରହିଛି |ଗାଈ ମାଲିକମାନଙ୍କୁ ଦଣ୍ଡ ବିଧାନ ପାଇଁ ପ୍ରତି ପଂଚାୟତରେ ଆଉ ପୂର୍ବପରି କଂସେଇଖାନା କାମ କରୁନାହିଁ | ଅତ୍ୟଧିକ ଦୁର୍ଘଟଣା ଘଟୁଥିବା ତାଳବସ୍ତ, କୁସୁପଙ୍ଗି, ଡମପଡା, ଜାତମୁଣ୍ଡିଆ, ଭଗିପୁର ଗ୍ରାମ ପଂଚାୟତମାନଙ୍କରେ କଂସେଇଖାନା ସବୁ ଅବହେଳିତ ଅବସ୍ଥାରେ ରହିଛି | ପୁଣି ଥରେ ଏସବୁ କାର୍ଯକାରୀ ହେଲେ ଲୋକ ସଚେତନ ସହିତ ପଂଚାୟତକୁ କିଛି ପରିମାଣରେ ରାଜସ୍ବ ଆସିପାରନ୍ତ | ରାତିଅଧିଆ ଦୁର୍ଘଟଣା ହ୍ରାସ ସହିତ ଉଭୟ ମନୁଷ୍ୟ ଏବଂ ଗୋମାତାଙ୍କ ମୂଲ୍ୟବାନ ଜୀବନ ବଂଚିପାରିବ ବୋଲି ସାମାଜିକ କର୍ମୀ ତଥା ତାଳବସ୍ତ ଶ୍ରୀରାମ କମିଟିର ଆବାହକ ବିଶ୍ୱରଂଜନ ସ୍ୱାଇଁ ତାଙ୍କ ନେତୃତ୍ୱରେ ସାଥିମାନଙ୍କ ସହିତ ଜନ ସଚେତନତା ଜାରି ରଖିଛନ୍ତି |

LEAVE A REPLY

Please enter your comment!
Please enter your name here