ପାରାଦ୍ଵୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ଧମକ ଦେବା ଓ ବଟି ଆଦାୟ କରୁଥିବା ଯୁବକଙ୍କ ନାମରେ ଥାନାରେ ଏତଲା । ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅଧିନ ବାଲିତୁଠ ବଜାର ରେ । କୁଜଙ୍ଗ ଥାନା ବାଲିତୁଠ ବଜାର ଦିନକୁ ଦିନ ସଂପ୍ରସାରଣ ହେବା ସହ ଦୋକାନ ବଜାର ବୃଦ୍ଧି ପାଉଥିବା ବେଳେ ଦୁର୍ବୁତ୍ତ ଙ୍କ ପ୍ରାଦୃଭାବ ବଢ଼ିବାରେ ଲାଗିଛି । କୁଜଙ୍ଗ ବାଲିତୁଠ ବଜାରରେ ଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏସ୍.କେ.ପ୍ରକାଶ ଚନ୍ଦ୍ର ପାଲ୍ ଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେବା ସହ ବିଭିନ୍ନ ସମୟରେ ବଟି ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି । ବାଲିତୁଠ ବଜାରରେ ଥିବା ପ୍ରକାଶ ପାଲ୍ ଙ୍କ ଏକ ସାନିଟାଇଜର୍ ଦୋକାନ ଭିତରେ ପଶି କାମ କରୁଥିବା ପିଲାଙ୍କୁ ବଟି ମାଗିବା ସହ ଧମକ ଦେଇଥିଲେ । ଯାହା ଫଳରେ ଦୋକାନରେ ଥିବା ପିଲା ଜଣଙ୍କ ଭୟଭୀତ ହୋଇ ଦୋକାନର ମାଲିକଙ୍କୁ ଖବର ଦେଇଥିଲେ । ହେଲେ ଫୋନ୍ ମାଧ୍ୟମରେ ବ୍ୟବସାୟୀ ପ୍ରକାଶ ଙ୍କୁ ଧମକ ଦେବା ଦେବା ସହ ୨ ହଜାର ଟଙ୍କା ବଟି ଦେବା ପାଇଁ କହିଥିଲେ । ବ୍ୟବସାୟୀ ଜଣଙ୍କ ଟଙ୍କା ଦେବା ପାଇଁ ମନା କରିଦେବାରୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ । ଯାହାକି ଦୋକାନରେ ପଶି ଧମକ ଦେଉଥିବା ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହିଭଳି ଘଟଣା ପ୍ରକାଶ ପାଲ୍ ଙ୍କ ପକ୍ଷରେ ବାରମ୍ବାର ଘଟିଥିବା ନେଇ ଅଭିଯୋଗ ଆଣିଥିବା ବେଳେ ବଟି ଆଦାୟ କରୁଥିବା ଯୁବକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରିବା ପାଇଁ ପୋଲିସ ପ୍ରଶାସନ କୁ ଅନୁରୋଧ କରିଛନ୍ତି ।
ଧମକ ଦେବା ଓ ବଟି ଆଦାୟ କରୁଥିବା ଯୁବକଙ୍କ ନାମରେ ଥାନାରେ ଏତଲା !!!

