ଆସନ୍ତା କାଲି ପ୍ରସିଦ୍ଧ ବାଣପୁର ପଞ୍ଚୁ ଦୋଳ ଯାତ୍ରା : ଠାକୁରଙ୍କ ଅପେକ୍ଷାରେ ପଲଟଣ ପଡିଆ !!!

0
1659

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା କାଲିଠାରୁ ମହା ସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା । ଠାକୁରଙ୍କ ଅପେକ୍ଷାରେ ରହିଛି ପଲଟଣ ପଡିଆ । ଦୁଇଦିନ ଧରି ଏହି ଯାତ୍ରା ହେବାକୁ ଥିବା ବେଳେ ଆସନ୍ତା କାଲି ୩୦ ତାରିଖ ସନ୍ଧ୍ୟା ସମୟରେ ଶୁଭ ଉଦଘାଟନ ହେବ ! ତା ପରେ ପରେ ତୁଳସୀ ସନ୍ଧ୍ୟା ପରି କାର୍ଯ୍ୟକ୍ରମ ରହିଛି । ରାତ୍ର ୧ ଟା ଠାରୁ ସୁସଜ୍ଜିତ ବିମାନ ସହିତ ପଡିଆ ମଧ୍ୟକୁ ଠାକୁର ମାନଙ୍କ ଆଗମନ ଓ ଆସ୍ଥାନ ଗ୍ରହଣ । ୩୧ ତାରିଖ ରବିବାର ଦିନ ସକାଳ ୭ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଠାକୁରଙ୍କ ନିତିକାନ୍ତି କାର୍ଯ୍ୟକ୍ରମ ଓ ଅପରାହ୍ନ ୫ ଘଟିକା ସମୟରେ ଠାକୁର ମାନଙ୍କ ମେଳଣ କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ କୌଣସି କଟକଣା ନଥିବା ବେଳେ ମହା ଆଡମ୍ଭରରେ ବାଣପୁର ପଞ୍ଚୁ ଦୋଳ ଯାତ୍ରା କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚୁଦୋଳ ଯାତ୍ରା ! ଯାତ୍ରାକୁ ନେଇ ଶ୍ରଦ୍ଧାଳୁ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here