ତିନି ଦିନରେ ଘଟିଲାଣି ତିରିଶି ଦୁର୍ଘଟଣା : ପ୍ରଶାସନ କୋମାରେ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗୋଖାସାହି ବିଲିପଡା ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି |ଆଜକୁ ତିନିଦିନ ତଳେ ବାଲିବୋଝେଇ ହାଇୱା ଗାଡି ରଣଶଙ୍ଖ ବ୍ରିଜ ପାଖ ରାସ୍ତାକୁ ଭାଙ୍ଗି ଦେଇଥିଲା | ଯଦିଓ ସେହି ରାସ୍ତାକାମ ଦୁଇମାସ ତଳେ ସମାପ୍ତି ହୋଇଥିଲା | ନବ ନିର୍ମିତ ରାସ୍ତା ଦଲକାଏ ମାଡ଼ରେ ଭାଙ୍ଗିବା ହିଁ କହି ଦେଉଛି କେତେ ସୁରକ୍ଷିତ ଏବଂ ଶକ୍ତିଶାଳୀରେ ରାସ୍ତା କାମ କରାଯାଇଥିଲା ! ପ୍ରତିଦିନ ସକାଳ ହେଲେ ସେହି ବ୍ରିଜରାସ୍ତା ଦେଇ ଶହ ଶହ ଲୋକ ଏବଂ ବିଦ୍ୟାର୍ଥୀ ଖୋର୍ଦ୍ଧା, ବାଙ୍କୀ,ଜଟଣୀ ଏବଂ ବାଙ୍କୀର ଦୁଇ ମହାବିଦ୍ୟାଳୟକୁ ଯାଉଛନ୍ତି | ରାସ୍ତା ଭାଙ୍ଗିଲା ପରେ ପ୍ରଶାସନ ତରଫରୁ କୌଣସି ସୂଚନା ଫଳକ ନାହିଁ କି ରାସ୍ତାର ତୁରନ୍ତ ମରାମତି ମଧ୍ୟ କରାଯାଇନାହିଁ |ଖବରଟି ଲେଖାଯିବା ପୂର୍ବରୁ ଗତକାଲି ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା | ଦୁଇଜଣ ବାଇକ ଚାଳକ 108 ଆମ୍ବୁଲାନ୍ସ ଦ୍ଵାରା ମେଡିକାଲ ଯାଇଥିଲେ | ତାଳବସ୍ତ ସରପଞ୍ଚଙ୍କୁ ଏହି ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେବି, କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନେଇ ନାହାନ୍ତି | ଆଜି ସକାଳେ ବାଙ୍କୀକୁ ଯୁକ୍ତ ଦୁଇ ଖାତା ଦେଖିବାକୁ ଯାଉଥିବା ଅଧ୍ୟାପିକା ମମତା ଜେନା ସେହି ଭଙ୍ଗା ଅଧିକ ଉଞ୍ଚା ରାସ୍ତାରେ ବାଇକିରୁ ପଡି ମେଡିକାଲରେ ଭର୍ତ୍ତି ହୋଇଥିଲେ | ତାଳବସ୍ତ ଗ୍ରାମର ଦୁଇ ମହାବିଦ୍ୟାଳୟ ଛାତ୍ରୀ ସେହି ସ୍ଥାନରେ ସାଇକେଲରୁ ପଡି ଖଣ୍ଡିଆ ଖାବରା ହୋଇ ଦାମୀ ମୋବାଇଲ ପୋଲତଳକୁ ଖସି ପାଣିରେ ହଜାଇଛନ୍ତି || ଏତେସବୁ ଅଘଟଣ ଘଟିଥିଲେବି, ଡମପଡା ବ୍ଲକ ପ୍ରଶାସନ କି ତାଳବସ୍ତ ସରପଞ୍ଚ ମହୋଦୟାଙ୍କର ତୁରନ୍ତ ଅଘଟଣ ରାସ୍ତାକୁ ମରାମତି ନ କରିବା ଅଂଚଳବାସୀଙ୍କୁ ବ୍ୟଥିତ କରିଛି |

Leave a Reply

Your email address will not be published. Required fields are marked *