ଆଠଗଡ଼ରେ ରାଜା ଙ୍କୁ ଟକର ଦବ କିଏ ???

Spread the love

ଆଠଗଡ ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କଟକ ଜିଲ୍ଲାର ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ରୂପେ ରାଜା ସ୍ୱାଇଁ ଙ୍କୁ ନାମ ଘୋଷଣା କରାଯାଇଛି, କିନ୍ତୁ ସେ ପୂର୍ବ ଅପେକ୍ଷା ଏଥର ବହୁ ବଦନାମ ମୁଣ୍ଡେଇଛନ୍ତି ! କଳ କାରଖାନାରୁ କୋଟି କୋଟି ଟଙ୍କା ରୋଜଗାର ସହ ଚାନ୍ଦା ନଉଛନ୍ତି, ନିଜ ପରିବାର , ପୁଅ, ଭଣଜା, ପୁତୁରା, ଭାଇ ସମସ୍ତଙ୍କୁ ଯୋଡି ପାରିବାରିକ ଶାସନ ଚାଲିଛି ! ସମବାୟ ବ୍ୟାଙ୍କ ରଣ ହଡ଼ପ କରିବା, ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟା କୁ ଚାପ ସୃଷ୍ଟି କରିବା, କୃଷି ମନ୍ତ୍ରୀ ଥାଇ ଶୀତଳ ଭଣ୍ଡାର ନକରିପାରିବା ତାଙ୍କୁ ନିନ୍ଦା ଓ ଲୋକଙ୍କ ରୋଷର ଶିକାର ହେବାକୁ ଯାଉଛି ! ବିଜେପି ର ସେଠାରେ ଚାରି ଚାରି ଜଣ ନେତା, ଦିଜଣ ପ୍ରମୁଖ, ବଜେନ୍ଦ୍ର ରାୟ ଓ ଅଭୟ ବାରିକ , ଏ ଦି ଜଣ ଅହିନକୁଳ ସମ୍ପର୍କ ରେ ରହୁଛନ୍ତି , ବଜେନ୍ଦ୍ରଙ୍କ ସହ ବହୁ ମଣ୍ଡଳ ସଭାପତି ନିର୍ବାଚନ ମଣ୍ଡଳୀ କର୍ମକର୍ତ୍ତା ଅଛନ୍ତି, ସେ ବି ଗତ ନିର୍ବାଚନ ପରାଜୟ ପରେ ପରେ ଦଳ ସମ୍ଭାଳିଛନ୍ତି ଓ ଦଳ ର କାମ ଚଲାଇଛନ୍ତି ! କିନ୍ତୁ ଅଭୟ ବାରିକ ବିଜେଡି ରୁ ଯାଇ ଖାଲି ବୁଲୁଛନ୍ତି କିନ୍ତୁ ପ୍ରକୃତ ବିଜେପି ଦଳ ର କର୍ମକର୍ତ୍ତା ଦେଖ ଯାଉନାହାନ୍ତି, ବିଜେଡି ଲବିରେ ଥିବା ମାନସ ବସ୍ତିଆ ନିରାଶ ଅନୁଭବ କରୁଥିବା ବେଳେ ଯଦି ବିଜେପି ଟିକେଟର ଶ୍ରୀ ବସ୍ତିଆ ଲଢନ୍ତି ରାଜା ଓ ମାନସ ଦିମୁଖି ଲଢେଇ ହେବ ବୋଲି ଆଠଗଡ଼ରେ ଚର୍ଚ୍ଚ ଚାଲିଛି । କିନ୍ତୁ ଅଭୟ ଓ ବଜେନ୍ଦ୍ର ଙ୍କ ନିର୍ବାଚିନ ମଣ୍ଡଳୀ ରେ କର୍ମକର୍ତ୍ତା ମାନସ ବସ୍ତିଆ ଙ୍କ ଯୋଗାଯୋଗରେ ଥିବା ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟ ଶ୍ରୀ ବସ୍ତିଆ ଦୀର୍ଘ 25 ବର୍ଷ ଧରି ଆଠଗଡ଼ ତିଗିରିଆ ଅଞ୍ଚଳରେ ଆଠଗଡ଼ ବିକାଶ ମଞ୍ଚ ମାଧ୍ୟମରେ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି !

Leave a Reply

Your email address will not be published. Required fields are marked *