କଳିଙ୍ଗ ବୈଶ୍ୟ ସଂଘ 23 ନମ୍ବର ଶାଖା ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ରକ୍ତଦାନ ମହତ ଦାନ , ରକ୍ତଦାନ ମହା ପୂଣ୍ୟ , ରକ୍ତଦାନ ଜୀବନ ଦାନ ! ଏପରି ସ୍ଲୋଗାନ ଦେଉଥିଲେ କଳିଙ୍ଗ ବୈଶ୍ୟ ସଂଘ 23 ନମ୍ବର ଶାଖା ର ମହିଳା କର୍ମକର୍ତ୍ତା ! ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ କଳିଙ୍ଗ ବୈଶ୍ୟ ସଂଘ 23 ନମ୍ବର ଶାଖା ତରଫରୁ ଆୟୋଜିତ ହୋଇଯାଇଛି ସ୍ବେଛାକୃତ ରକ୍ତଦାନ ଶିବିର ! ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରବାହ ! ସାଧାରଣତଃ ଖରାଦିନେ ରକ୍ତ ର ଅଭାବ ପରିଲକ୍ଷିତ ହୋଇଥାଏ ! ରକ୍ତ ଅଭାବ ଜନିତ ସମସ୍ୟାର ମୁକାବିଲା ପାଇଁ କଳିଙ୍ଗ ବୈଶ୍ୟ ସଂଘ ଆୟୋଜନ କରିଛି ସ୍ବେଛାକୃତ ରକ୍ତଦାନ ଶିବିର !

ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ କଳିଙ୍ଗ ବୈଶ୍ୟ ସଂଘ 23 ନମ୍ବର ଶାଖା ତରଫରୁ ଆୟୋଜିତ ଏହି ଶିବିରରେ ପାଖାପାଖି 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ! ଭୀମେଶ୍ୱର ମନ୍ଦିର ପାଖରେ ଭୀମଟାଙ୍ଗୀ ବିକାଶ ପରିଷଦ ପରିସରରେ ଆୟୋଜିତ ଶିବିରରେ ରାଜଧାନୀ ରକ୍ତ ଭଣ୍ଡାର କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ! କଳିଙ୍ଗ ବୈଶ୍ୟ ସଂଘ 23 ନମ୍ବର ଶାଖା ର ସଦସ୍ୟ ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ସମୟରେ ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ ଅଧିକ ରକ୍ତଦାନ ଶିବିର , ଜଳଛତ୍ର ଏବଂ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ପାଇଁ ଯୋଜନା ରହିଥିବା କଥା ପ୍ରକାଶ କରିଛନ୍ତି ! କଳିଙ୍ଗ ବୈଶ୍ୟ ସଂଘର ରାଜଧାନୀ ଅଞ୍ଚଳର ସଭାପତି , 23 ନମ୍ବର ଶାଖାର ସଭାପତି , ସମ୍ପାଦକ ଏବଂ ଅନ୍ୟ ସଦସ୍ୟ ମାନଙ୍କ ସହଯୋଗରେ ଶିବିର ଟି ସଫଳତାର ସହ ପରିଚାଳିତ ହୋଇଥିଲା !

Leave a Reply

Your email address will not be published. Required fields are marked *