ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ ପ୍ରଥମ ଦିନ ଉତ୍ସବ,ବିଦ୍ୟାରମ୍ଭ ଯଜ୍ଞ ବହୁ ଆଡମ୍ବର ରେ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରକାଶ ଜୀବନ ପାଳ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶିଶୁ ମାନଙ୍କର ତଥା ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଜ୍ଞର ଆୟୋଜନ କରାଯାଇ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଉତ୍ସବ ପାଳନର ମହତ୍ତ୍ଵ ବିଷୟରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ସରୋଜିନୀ ଚିନରା ଓ ଗୁରୁଜୀ ଉପେନ୍ଦ୍ର ମହାପାତ୍ର ଶିଶୁ ଭାଇ ଭଉଣୀ ମାନଙ୍କୁ ବୁଝାଇଥିଲେ । ଅମ୍ରିତା ନାୟକ ଭଉଣୀ ବକ୍ତୃତା ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ୨୭୦ ଜଣ ଭାଇ ଭଉଣୀ ଉପସ୍ଥିତ ଥିଲେ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ସେବକ ସେବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପ୍ରଥମ ଦିନ ଉତ୍ସବ !!!

