ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ପୋଲିସ ପକ୍ଷରୁ ଓଡିଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅବସରରେ ଦକ୍ଷତା ଓ ଶ୍ରେଷ୍ଠତା ଦେଖାଇଥିବା କର୍ମଚାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ! ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ପୋଲିସ ପକ୍ଷରୁ ପରେଡ କରାଯାଇଥିବା ବେଳେ ନୟାଗଡ଼ ଏସପି ରାହୁଲ ଜୈନ ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ । ନୟାଗଡ଼ ପୋଲିସ
ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଅନେକ ପୋଲିସ କର୍ମଚାରୀଙ୍କୁ ନୟାଗଡ଼ ଏସପି ସମ୍ବଦ୍ଧିତ କରିଥିଲେ । ପୋଲିସର ସମାଜ ପ୍ରତି କର୍ତ୍ତବ୍ୟ ଓ ସେବାକୁ ସଦା ସର୍ବଦା ବଜାୟ ରଖୁବା ସହ ପୋଲିସ କିପରି ଲୋକଙ୍କର ଆହୁରି ନିକଟତର ହେବ ଏବଂ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ସହ ସମସ୍ତ ପୋଲିସ ସେବା ଯୋଗାଇ ଦେବା ଆମ କର୍ତ୍ତବ୍ୟ ବୋଲି ସୂଚନା ଦେଇଛନ୍ତି ନୟାଗଡ଼ ଏସପି । ଏହି ଅବସରରେ ଆସିଷ୍ଟାଣ୍ଡ ସବ୍ଇନିସ୍ପେକ୍ଟର ବିଶ୍ବଭୁଷଣ ସିଂଙ୍କୁ ସମ୍ବଦ୍ଧିତ କରାଯାଇଥିଲା l ବର୍ତମାନ ସେ ରଣପୁର ଥାନାରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ୮ ଗୋଟି ମନି ରିୱାର୍ଡ ସହିତ ୨୫ ଗୋଟି ଜିଏସ ମାର୍କ ପାଇଛନ୍ତି । ଓଆର କନେଷ୍ଟବଳ ମାଗି ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେ ବର୍ତମାନ ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଣ୍ଟିଲୋ ଫାଣ୍ଡିରେ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଟ୍ରାଫିକ କନେଷ୍ଟବଳ ରବିନ୍ଦ୍ର ନାଥ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ବର୍ତମାନ ସେ ନୟାଗଡ଼ ଥାନା ଅନ୍ତର୍ଗତ ଟ୍ରାଫିକ ଫାଣ୍ଡିରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ହାବିଲଦାର ସୁନୀଲଦତ୍ତ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେ ଏବେ ରିଜର୍ଭ ପୋଲିସ ଅଫିସରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେହିପରି ଭାବେ ଏପିଆର କନେଷ୍ଟବଳ ସନ୍ତୋଷ କୁମାର ବଳିଆରସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବର୍ତମାନ ସେ ନୂଆଗାଁ ଥାନାରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଡିଜିପି ଆୱାର୍ଡ ପାଇଁ ନୟାଗଡ଼ ଜିଲ୍ଲା ପୁଲୀସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ମନୋନୀତ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ସ୍ନେହାଶିଷ ସାହୁ ମନୋନୀତ ହୋଇଛନ୍ତି ।
ଦକ୍ଷତା ଓ ଶ୍ରେଷ୍ଠତା ଦେଖାଇଥିବା କର୍ମଚାରୀ ସମ୍ବର୍ଦ୍ଧିତ !!!

