ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ୨୦୦୨ ଜାନୁଆରୀ ମାସ ୧ ତାରିଖରେ ପ୍ରତିଷ୍ଠା ଲାଭ କରିଥିବା ନୟାଗଡ଼ ସ୍ଥିତ ସତ୍ୟମ ଅନୁଷ୍ଠାନ ତାର ୨୧ ତମ ଜନ୍ମବାର୍ଷିକୀ ସ୍ଥାନୀୟ ରୋଟାରୀ ଭବନରେ ପାଳନ କରିଛି । ସତ୍ୟମ ର ନିର୍ଦ୍ଦେଶକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେଇଥିବା ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୈ।ର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ମୁଖ୍ୟ ଅତିଥି ଏବଂ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ରସାୟନ ବିଭାଗର ଅଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସତ୍ୟମ ପରି ଉତ୍ତମ ଅନୁଷ୍ଠାନ ମାନେ ସମାଜରେ ଉତ୍ତମ ନାଗରିକ ସୃଷ୍ଟି କରିବାରେ ସହାୟକ ହୁଅନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ମନୋଜ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ପରିଚାଳକ ସୁଶାନ୍ତ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ।
ସତ୍ୟମ ଅନୁଷ୍ଠାନ ର ୨୧ ତମ ଜନ୍ମବାର୍ଷିକୀ !!!

