ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ଲାବଣ୍ୟଗଡ଼ ଠାରୁ ଏକ ବିଶାଳ ବାଇକ ରାଲୀରେ ବିଜେଡି ସାଂସଦ ପ୍ରାର୍ଥୀ ଭ୍ରୁଗୁ ବକ୍ସିପାତ୍ର ଏବଂ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଇଂ ରୂପେଶ ପାଣିଗ୍ରାହୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଗୋଶାଣୀ ବ୍ଳକ ର ଲାବଣ୍ୟଗଡ଼ରେ ପ୍ରଥମେ ବିଜେଡି ସାଂସଦ ପ୍ରାର୍ଥୀ ଓ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଲାବଣ୍ୟଗଡ଼ ସ୍ଥିତ ମନ୍ଦିରକୁ ଯାଇ ଉଭୟେ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ଗାରାବନ୍ଧ,ଗୋଶାଣୀ ଛକ, ଗୁରାଣ୍ଡି ତାତିପେଟି, ଭୁଶୁକୁଡି, ମାଛମରା ଛକ , ଉପଲଡା, ସାତ ମାଇଲ ଛକ, ପାଟିକଟା , କଲତକଇଠା, ଯାଜପୁର ଦେଇ ପାରଳାଖେମୁଣ୍ଡିରେ ପହଞ୍ଚି ନଗର ପରିକ୍ରମା କରିଥିଲେ । ପ୍ରାୟ 33 କିଲୋ ମିଟର ରାସ୍ତାର ସ୍ଥାନେ ସ୍ଥାନେ ଲୋକେ ଉପସ୍ଥିତ ରହି ସ୍ୱାଗତ କରିଥିବା ବେଳେ ବିଜେଡି ଜିନ୍ଦାବାଦ ନାରାରେ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପ୍ରକମ୍ପିତ ହେଉଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ଟିକେଟ ଦେଇଥିବାରୁ ଉଭୟ ପ୍ରାର୍ଥୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଲୋକଙ୍କ ବିପୁଳ ଜନ ସମର୍ଥନ ରହିଥିବାରୁ ନିଶ୍ଚିତ ବିଜୟ ହାସଲ କରିବୁ ବୋଲି କହିଥିଲେ । ଏହା ସହ ଗଜପତି ଜିଲ୍ଲାର ବିକାଶ ଧାରାକୁ ଆହୁରି ବିକଶିତ କରିବା ପାଇଁ ବଦ୍ଧ ପରିକର ବୋଲି କହିଥିଲେ । ପ୍ରାର୍ଥୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ବେଳେ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ । ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଗୁମ୍ମା , କାଶୀ ନଗର ଓ ଗୋଶାଣୀ ବ୍ଳକର ଅଧ୍ୟକ୍ଷ ଅଧ୍ୟକ୍ଷା,ସରପଞ୍ଚ ତଥା ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *