ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ବୋଉଳପାଳ ଗ୍ରାମ ନିକଟରୁ ଏକ ଜଙ୍ଗଲି ହରିଣର ମୃତ ଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନା ମୁତାବକ ସୁକିନ୍ଦା ଅଞ୍ଚଳରେ ଥିବା ଜଙ୍ଗଲରୁ ଏକ ଜଙ୍ଗଲି ହରିଣ ବୋଉଳପାଳ ଗ୍ରାମ ମୁହା ହୋଇ ଚାଲି ଆସିଥିଲା । ବୋଉଳପାଳ ଗ୍ରାମ ପାଖ ପଡିଆରେ ବୁଲୁଥିବା ବୁଲା କୁକୁର ମାନେ ସେହି ଜଙ୍ଗଲି ହରିଣକୁ ଦେଖି ଆକ୍ରମଣ କରି ଗୁରୁତର କରି ଦେଇଥିଲେ । ସ୍ଥାନୀୟ ଗ୍ରାମବାସୀ ଏହି ଦୃଶ୍ୟ ଦେଖି ତୁରନ୍ତ ଆହତ ହରିଣକୁ ଉଦ୍ଧାର କରି ପାଣି ପିଆଇଥିଲେ ମଧ୍ୟ ହରିଣଟି ବୁଲା କୁକୁରଙ୍କ ଆକ୍ରମଣରେ ଆହତ ହୋଇ ଶେଷରେ ମୃତ୍ୟୁ ବରଣ କରିଥିଲା । ସୁକିନ୍ଦା ବନ ବିଭାଗର କର୍ମଚାରୀ ମାନେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲି ହରିଣର ମୃତ ଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
ବୋଉଳପାଳ ଗ୍ରାମ ନିକଟରୁ ଜଙ୍ଗଲି ହରିଣର ମୃତ ଦେହ ଉଦ୍ଧାର !!!

