ବାଘ ଚମଡ଼ା ଜବତ , 6 ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଥିବା ବନଖଣ୍ଡ ଅଧିକାରୀଙ୍କ କନଫେରାନ୍ସ ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ବନ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ ଦ୍ବାରା ବାଘ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଚମଡ଼ା ଜବତ ହୋଇଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼।ଉ କରିଥିଲେ । ଏହି ଚଢ଼ାଉ ବେଳେ 5 ଟି କଲରା ପତରିଆ ବାଘ ଛାଲ, ଗୋଟିଏ କଟାସ ଚମଡା ଓ ଗୋଟିଏ ବଣ ବିରାଡ଼ି ଚମଡ଼ା ସହ 26. 1 କିଲୋଗ୍ରାମ ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ରାୟଗଡ ବ୍ଳକ, ଆର୍ ଉଦୟଗିରି ବ୍ଳକ, ମୋହନା ବ୍ଳକ ଅଞ୍ଚଳର ଶିକାରୀ ଥିବା କଥା ବନଖଣ୍ଡ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *