କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ମହାନଗର ନିଗମର ୱାର୍ଡ ନଂ ୫୨ ଅଞ୍ଚଳରେ ଜଣ୍ଡିସ ରୋଗୀ ଚିହ୍ନଟ ହେବା ପରେ, ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗୋଟିଏ ପରିବାରର 5 ଜଣ ସଦସ୍ୟ ଏକାଥରେ ଜଣ୍ଡିସ ରୋଗରେ ପଡ଼ିବା, ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଲୋକଲୋଚନକୁ ଆସିବା ପରେ ଆକ୍ସନ ମୁଡ଼ରେ ଆସିଥିଲେ କଟକ ମହାନଗର ନିଗମ ଓ ୱାଟକୋ ବିଭଗ କର୍ମଚାରୀ ! ଏବେ ରାଜେନ୍ଦ୍ର ନଗର ଅଞ୍ଚଳକୁ ଉଭୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସୁଅ ଛୁଟିଛି ! କାଲି ଠାରୁ ଆଜି ମଧ୍ୟରେ ଆଉ ୫ ନୂଆ ରୋଗୀ ଚିହ୍ନଟ ହେବା ସହିତ ଗତକାଲି ୪୧ ଟି ବ୍ଲଡ ନମୁନା ସଂଗ୍ରହ ହୋଇ ଟେଷ୍ଟ ପାଇଁ ଯାଇଥିଲା ! ସେଥିରୁ ୫ ଜଣଙ୍କ ପଜିଟିଭ ଆସିଥିବା କହିଛନ୍ତି ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ! ୫୨ ନଂ ୱାର୍ଡ ଅନ୍ତର୍ଗତ ରାଜେନ୍ଦ୍ର ନଗର ମଙ୍ଗଳା ମନ୍ଦିର ନିକଟ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ମହାନଗର ନିଗମ କମିଶନର ! ବିଜୟ କୁମାର ଦାଶ ଅଞ୍ଚଳ ବୁଲି ଦେଖିବା ପରେ କହିଛନ୍ତି ଜାନୁୟାରୀ ଠାରୁ ଏବେ ଯାଏଁ ୨୭ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ କିଛି ସେଥି ମଧ୍ୟରୁ କେତେକ ସୁସ୍ଥ ହୋଇଥିବା ଆଉ ଅଳ୍ପ କିଛି ଏବେ ବି ଚିକିତ୍ସାଧୀନ ଅଛନ୍ତି ! ଆଗକୁ ସ୍ଥିତି ଉପରେ ନଜର ରଖି ଏହି ଅଞ୍ଚଳରେ ୱାଟର କନେକ୍ସନ୍ ପଏଣ୍ଟ୍ ୱାଟକୋ ତରଫରୁ ଯାଞ୍ଚ କରାଯାଉଛି ! ଏଥି ସହ ଏହି ଅଞ୍ଚଳରେ ଆଖପାଖରେ ରାସ୍ତାକଡ ଜଳଖିଆ ବ୍ୟବହାର କରୁଥିବା ପାଣି ଓ ଖାଦ୍ୟ ର ମାନ ମଧ୍ୟ ଯାଞ୍ଚ କରାଯିବ ହେଲଥ୍ କ୍ୟାମ୍ପ ଖୋଲାଯାଇଛି ବ୍ଲଡ ସାମ୍ପୂଲ୍ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି ଓ ପରିସ୍ଥିତିରେ ସୁଧାର ନଆସିବା ଯାଏଁ ଏହି ଅଂଚଳର ଲୋକଙ୍କୁ ପାଣି ରେ ହାଲୋଜେନ୍ ବଟିକା ପକାଇ ପିଇବା କିମ୍ବା ପାଣି ଫୁଟାଇ ପିଇବା ପାଇଁ ସ୍ବାସ୍ଥ୍ୟକର୍ମୀ ପରାମର୍ଶ ଦେଉଛନ୍ତି !