ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ପଥରଚକଡା ପଞ୍ଚାୟତ ମାଧପୁର ଗ୍ରାମର ବିଭୂତି ବାରିକ ଓ ସଂଯୁକ୍ତା ବାରିକଙ୍କ ଏକମାତ୍ର ପୁଅ ଓମ୍ ପ୍ରକାଶ ବାରିକ , ବୟସ ମାତ୍ର ୧୨ ! ତାଳଚେର ଡେରା ସ୍ଥିତ ଅରବିନ୍ଦ ବିଦ୍ୟାଳୟରେ ପଢ଼ୁଥିବା ବେଳେ ହଠାତ୍ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ଓମ୍ ପ୍ରକାଶ ର ! ପରେ ତାଙ୍କୁ ଅନୁଗୁଳ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଯାଇଥିଲେ ! ଚିକତ୍ସା ପରେ ଡାକ୍ତରଙ୍କ ଠାରୁ ବାପା ଜାଣିବାକୁ ପାଇଲେ ତାଙ୍କ ପୁଅ ମୁଣ୍ଡର ପଛଭାଗ ରେ ବ୍ରେନ୍ ଟିୟୁମର ହୋଇଛି ! ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ହସ୍ପିଟାଲ ରେ ଆଡ଼ମିଶନ କରାଇଲେ ! ଆଇସିୟୁ ରେ ବହୁ ଦିନ ରହିବା ପରେ ପୁଅ ଙ୍କ ବହୁ ପରୀକ୍ଷା ପରେ ଚିକିତ୍ସ କରାଗଲା ଓ ଡ୍ରିଲ୍ କରି ମୁଣ୍ଡର ଯେଉଁ ଭାଗରେ ଟିୟୁମର ହୋଇଛି ସେହି ଭାଗରୁ ପାଣି ବାହାର କରାଗଲା ! କିଛି ଦିନ ପରେ କଳିଙ୍ଗ ହସ୍ପିଟାଲ ରେଫର୍ କଲେ ଆପୋଲୋ ହସ୍ପିଟାଲ କୁ ଓ କହିଲେ ଆପୋଲୋ ରେ ଓମ୍ ପ୍ରକାଶ ବାରିକ ଙ୍କ ମୁଣ୍ଡରେ ଲେଜର୍ ଲାଇଟ୍ ପଡିବ ! ଏହା ଅପରେସନ ହୋଇପାରିବ ନାହିଁ ଓ ପରେ ବାପା ପୁଅ ଓମ୍ ପ୍ରକାଶ ଙ୍କୁ ଆପୋଲୋ ନେଇଗଲେ ଓ ପ୍ରଥମ ଥର ଲେଜର୍ ଲାଇଟ୍ ପଡ଼ିବା ପରେ ପୁଅ ଓମ୍ ପ୍ରକାଶ ଚେତାଶୂନ୍ୟ ହୋଇ ରହିବାରୁ , ବାପା ବିଭୂତି ବାରିକ ପୁଅ ଓମ୍ ପ୍ରକାଶ ଙ୍କୁ କଳିଙ୍ଗ ହସ୍ପିଟାଲ ନେଇ ଆସି ଆଇସିୟୁରେ ଭର୍ତ୍ତି କରିଛନ୍ତି ! ୪ ଦିନ ହୋଇଗଲାଣି ପୁଅ ଚେତାଶୂନ୍ୟ ଅବସ୍ଥାରେ ! ଡକ୍ଟର କହୁଛନ୍ତି ପୁଅ ଙ୍କୁ ବାହାରକୁ ନେବାକୁ ପଡିବ ଓ ଏଥିପାଇଁ ବହୁତ୍ ପଇସା ଖର୍ଚ୍ଚ ହେବ ! ଉଭୟ ବାପା ଓ ମାଆ ପୁଅର ଏଭଳି ଅବସ୍ଥାରେ ଭାଙ୍ଗି ପଡ଼ିଛନ୍ତି । ବାପା ବିଭୂତି ବାରିକ ବହୁ ପରିଶ୍ରମ କରି ତାଳଚେର ମାଇନସ ରେ ଗାଡି ଚଳାଇ ପରିବାର ପୋଷୁଥିବା ବେଳେ ପୁଅ ର ଏପରି ଅବସ୍ଥା ରେ ସଞ୍ଚିତ ଅର୍ଥ ଓ ସ୍ୱାସ୍ଥ୍ୟ ବୀମା କାର୍ଡ ରୁ ସବୁ ପଇସା ସରିଗଲାଣି ! ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ! କେମିତି ହେବ ପୁଅର ଓମ୍ ପ୍ରକାଶ ବାରିକର ଚିକିତ୍ସା , ତାକୁ ନେଇ ଚିନ୍ତାରେ ପରିବାର ଲୋକେ !
ସରିଲାଣି ସଞ୍ଚିତ ଅର୍ଥ ଓ ସ୍ୱାସ୍ଥ୍ୟ ବୀମା କାର୍ଡ ରୁ ରାଶି – ଚିନ୍ତାରେ ପରିବାର , କେମିତି ହେବ ପୁଅ ର ଚିକିତ୍ସା !!!

