ରୁକୁଣା ରଥ ଅବସରରେ ଏକାମ୍ର ମହିଳା ମଞ୍ଚ ତରଫରୁ ଜଳସେବା ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ! ଏକାମ୍ରକ୍ଷେତ୍ରରେ ବଢ଼ିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ସମାଗମ ! ପ୍ରବଳ ଖରା ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହରେ ଅତିଷ୍ଠ ହୋଇ ପଡୁଛନ୍ତି ଭକ୍ତ ! ଶ୍ରଦ୍ଧାଳୁ ମାନଙ୍କ ଆବଶ୍ୟକତା କୁ ଅନୁଭବ କରି ଏକାମ୍ର ମହିଳା ମଞ୍ଚ ତରଫରୁ ଜଳସେବା ଶିବିର ଆରମ୍ଭ ହୋଇଛି ! ମନ୍ଦିର ମୁଖ୍ୟଦ୍ଵାର ସମ୍ମୁଖ ରାସ୍ତା ଦୁର୍ଗା ମଣ୍ଡପ ନିକଟରେ ସଂଗଠନ ତରଫରୁ ଦହି ସରବତ ଏବଂ ପାନୀୟ ଜଳ ବିତରଣ କରିଥିଲେ ସଦସ୍ୟା ମାନେ ! ଅନୁଷ୍ଠାନର ସଭାପତି ଵୈଶାଳିନୀ ପଟାନାୟକ ଏବଂ ଅନ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଶ୍ରଦ୍ଧାଳୁ ଏବଂ ପଥଚାରୀ ମାନଙ୍କୁ ଦହି ସରବତ ପ୍ରଦାନ କରିଥିଲେ ! ଏକାମ୍ର ଅଞ୍ଚଳର ଜନପ୍ରିୟ ନେତା ତଥା ସ୍ଥାନୀୟ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଜଳସେବା କେନ୍ଦ୍ରରେ ପହଞ୍ଚି ସଂଗଠନର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ ! ପ୍ରସିଦ୍ଧ ଅଶୋକାଷ୍ଟମୀ ଯାତ୍ରା ଏବଂ ଶ୍ରୀରାମ ନବମୀ ଥିବାରୁ ଏକାମ୍ର ମହିଳା ମଞ୍ଚ ତରଫରୁ ଜଳସେବା ଶିବିର ଚାଲୁ ରହିବ ବୋଲି ସଂଗଠନ ତରଫରୁ କୁହାଯାଇଛି !

Leave a Reply

Your email address will not be published. Required fields are marked *