ବାଣପୁର ସୋଲରି ପାଦଦେଶରେ ମହାଯଜ୍ଞ ଓ ଶମ୍ଭୁ ମିଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭଗବତୀପୁର ନୂଆଗାଁ ଗ୍ରାମରେ ସୋଲରୀ ପାହାଡ଼ ପାଦଦେଶରେ ମା,ତାରିଣୀ ଙ୍କ ପୀଠରେ ଚାରିଦିନ ଧରି ଚାଲିଥିବା ବିଶ୍ୱାଶାନ୍ତି ଚଣ୍ଡି ମହାଯଜ୍ଞ ଓ ଅଷ୍ଟଶମ୍ଭୁ ଙ୍କ ମହାମିଳନ ର ପୂର୍ଣ୍ଣହୁତି ବୁଧବାର ହୋଇଯାଇଛି l ବହୁ ପୁରାତନ କାଳରୁ ପାଳିତ ହୋଇ ଆସୁଥିବା ଏହି ପୂଜା ଆଜି ପୂର୍ଣ୍ଣହୁତି ଅବସରରେ ହଜାର ହଜାର ଭକ୍ତଙ୍କର ସୁଅ ଛୁଟିଥିଲା ମାଆ ତାରିଣୀ ଙ୍କ ପୀଠକୁ l ଆଜି ଭଗବତୀପୁର ନୂଆଗାଁ ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ ଓ ଦୀପ ପ୍ରଜ୍ଜ୍ବଳନ ସହିତ ଗ୍ରାମକୁ ଫୁଲରେ ସୁସଜ୍ଜିତ କରାଯାଇଥିଲା l ସଂକୀର୍ତ୍ତନ ଓ ହରି ନାମରେ ଗ୍ରାମ ଫାଟି ପଡୁଥିଲା l ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଶ୍ରୀ କୃଷ୍ଣ ଭଗବାନ ଙ୍କର ଭଜନ ଜଣାଣ ପରିବେଷଣ କରିଥିଲେ ଆଜି କୁ ପ୍ରାୟ ୩୦ ବର୍ଷ ଏହି ସୋଲାରୀ ପାହାଡ଼ ନିକଟରେ ମା,ତାରିଣୀ ପୀଠରେ ଶମ୍ଭୁ ମିଳନ କରାଯାଇଛି l ଏହି ଯଜ୍ଞରେ ସମିଲି ହେବା ନିମନ୍ତେ ବିଭିନ୍ନ ଗ୍ରାମରୁ ଆସିଥିବା ଶମ୍ଭୁ ମାନଙ୍କୁ ପାଟ ପଟୁଆରରେ ଯଜ୍ଞ ସ୍ଥଳୀକୁ ବିଜେ କରାଯାଇଥିଲା ଭଗବତୀପୁର ନୂଆଗାଁ ଗ୍ରାମର ଶ୍ରୀଶ୍ରୀ ଭଗବତ ଦେବ , ଜଗନ୍ନାଥ ପୁର ଗ୍ରାମର ଶ୍ରୀଶ୍ରୀ ଗୋବିନ୍ଦ ଗୋପାଳ ଦେବ , ଭାଟପଡା ଗ୍ରାମର ଭଗବତ ଦେବ, ଲାହଂଗାଡିହ ଗ୍ରାମର କଳିଯୁଗେଶ୍ୱର ଦେବ, ରାମଚନ୍ଦ୍ର ପୁର ଗ୍ରାମର ପତିତ ପାବନ ଦେବ, ଗମ୍ଭାରୀମୁଣ୍ଡା ଗ୍ରାମର ଗଦିଶ୍ୱର ଦେବ, ରାହଣାବେଲି ଗ୍ରାମର ସୋମନାଥ ଦେବ, ମନଇଚ୍ଛା ପୁର ଗ୍ରାମର ଧୁଳିଆ ଦେବୀ ଙ୍କ ବିମାନ ଫୁଲରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ l ଏହି ସମୟରେ ଗ୍ରାମରେ ହରିବୋଲ ହୁଳହୁଳି ଧ୍ୱନି ରେ ଫାଟି ପଡୁଥିଲା ପୁରା ଅଞ୍ଚଳ l ବିଶ୍ୱାଶାନ୍ତି ଚଣ୍ଡି ମହାଯଜ୍ଞ ର ପୂର୍ଣ୍ଣାହୁତ୍ତି ପରେ ସନ୍ଧ୍ୟାରେ ଅଷ୍ଟଶମ୍ଭୁ ଙ୍କ ମହାମିଳନ ହୋଇଥିଲା ଓ ପରେ ସମସ୍ତ ଦେବା ଦେବୀ ନିଜ ନିଜର ଗ୍ରାମ କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା l ଭଗବତୀପୁର ନୂଆଗାଁ ଗ୍ରାମରେ ସମସ୍ତ ଯୁବଗୋଷ୍ଠୀଙ୍କର ସମ୍ପୂର୍ଣ୍ଣ ସହଯୋଗ ଦେଖିବାକୁ ମିଳିଥିଲା ଏବଂ ଗ୍ରାମର ସମସ୍ତ କମିଟି ମେମ୍ବର ବିଶ୍ୱାଶାନ୍ତି ଚଣ୍ଡି ମହାଯଜ୍ଞ ଓ ଶମ୍ଭୁ ମିଳନ କାର୍ଯ୍ୟକୁ ସୁଚାର ରୂପେ ତୁଲାଇଥିଲେ।।

Leave a Reply

Your email address will not be published. Required fields are marked *