ପରିବେଶ ସୁରକ୍ଷାକୁ ନେଇ / ଉଚ୍ଚାରଣ ଅଲଗା , ହେଲେ ଆଚରଣ ଭିନ୍ନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ପରିବେଶ ପାଇଁ ଆମେ ଚିନ୍ତିତ , ବିଭିନ୍ନ କାର୍ଯ୍ୟକ୍ରମରେ ପରିବେଶ ବଞ୍ଚାଅ ବୋଲି ଜୋରଦାର ହେଉଛି ଚର୍ଚ୍ଚା ! ତେବେ ବାସ୍ତବ କ୍ଷେତ୍ରରେ ଆଚରଣ ହେଉଛି ନିଆରା ! ରାସ୍ତା ପ୍ରଶସ୍ତିକରଣ ଏକ ଜରୁରୀ ପଦକ୍ଷେପ , ବାଟରେ ଗଛ ଥିଲେ ତାହା କଟାଯିବ ! ତେବେ ନିର୍ମାଣ ସଂସ୍ଥା ଠାରୁ ଆରମ୍ଭ କରି ବିଭାଗୀୟ ଜେଇ , ଉପରିସ୍ଥ ଅଧିକାରୀ କେବେ ହେଲେ ଚିନ୍ତା କରନ୍ତି ନାହିଁ , ଗଛ କୁ କିପରି ନକାଟି କାମ କରିହେବ ! ଦେଖନ୍ତୁ ଏ ଦୃଶ୍ୟ , ରାଜଧାନୀ ଏକାମ୍ର କୁ ଜଟଣୀ ସହ ଯୋଡ଼ୁଥିବା ରାସ୍ତା ଏହା ! ଏବେ ଚାଲିଛି ରାସ୍ତା ପ୍ରଶସ୍ତିକରଣ କାମ ! ନିରଂଜନପୁର ପଞ୍ଚାୟତରେ ଏହି ସ୍ଥାନରେ ଅଟକି ରହିଛି କାମ ! ଆଗକୁ ଏ ବିରାଟ ବରଗଛ କାଟିବେ ରାସ୍ତା ତିଆରି କରିବେ ! ଜଟଣୀ ମୁଖ୍ୟ ରାସ୍ତା ସଂଯୋଗ ସ୍ଥାନ ଠାରୁ , ଜାମୁକୋଳି ପର୍ଯ୍ୟନ୍ତ ଏ ସ୍ଥାନଟି ପଥଚାରୀ ଏପରିକି ପଶୁ ମାନଙ୍କ ପାଇଁ ଆସ୍ୱସ୍ଥି ମୂଳକ ସ୍ଥାନ ! ଯେଉଁ ସ୍ଥାନରେ ଛାୟା ପ୍ରଦାନକାରୀ ଏ ଗଛ ଟି ଅଛି , ସେଇ ଜାଗାରେ ଅପର ପାର୍ଶ୍ଵରେ ପର୍ଯ୍ୟାପ୍ତ ସ୍ଥାନ ଅଛି ! ରାସ୍ତାକୁ ସାମାନ୍ୟ ବୁଲାଇ ନେଲେ , ଏ ବିରାଟ ଦ୍ରୁମ ବର୍ତ୍ତିଯିବ ! ହେଲେ ଯାହା ସ୍ଥାନୀୟ ଲୋକେ କହୁଛନ୍ତି , ବାରମ୍ବାର ଗୁହାରୀ କଲା ପରେବି ଶୁଣୁ ନାହାନ୍ତି ଶୁଣୁନାହାନ୍ତି ବରିଷ୍ଠ ଯନ୍ତ୍ରୀ ! ଗଛ ଥିବା ସ୍ଥାନରେ ରାସ୍ତାକୁ ବୁଲାଇ ନେଲେ କଣ ଅସୁବିଧା ହେବ , ଏ ଉତ୍ତର ଦେବାକୁ ଅକ୍ଷମ ବିଭାଗୀୟ ଅଧିକାରୀ ! ତେବେ ବାହାଦୁରୀ ଦେଖାଇ କହୁଛନ୍ତି – ପ୍ଲାନ ଏମିତି ହେଇଛି ! ହଜାର ହଜାର ଲୋକଙ୍କୁ ଛାୟା ପ୍ରଦାନ କରୁଥିବା ଗଛକୁ କାଟିବା ପାଇଁ କିଏ କଲମ ଚଲାଇ ଆଦେଶ ଦେଇଛି ତାର ତଥ୍ୟ ଖୁବ ଶୀଘ୍ର ସାମନାକୁ ଆଣିବୁ ଆମେ !

Leave a Reply

Your email address will not be published. Required fields are marked *