ପ୍ରାକୃତିକ ପରିବେଶରେ ରହୁଥିବା ଜୀବଜନ୍ତୁ ହୋଇଗଲେଣି ଅସହାୟ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରକୃତିର ସୃଷ୍ଟି ହେଉଛି ଅବକ୍ଷୟ ! ପ୍ରାକୃତିକ ପରିବେଶରେ ରହୁଥିବା ଜୀବଜନ୍ତୁ ହୋଇଗଲେଣି ଅସହାୟ ! ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବଢୁଛି ପାରା ! ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ କମି ଗଲାଣି ଗଛ ଛାଇ ! କଂକ୍ରିଟ ଜଙ୍ଗଲ ବଢି ଚାଲିଥିବା ବେଳେ ଅବକ୍ଷୟ ହେଲାଣି ଚାରଣ ଭୂମି ! ଏ ସମସ୍ତ ପରିସ୍ଥିତିରେ ସାମନାକୁ ଆସୁଛି ଏମିତି ଦୃଶ୍ୟ ! ଏ ହେଉଛି ବାରଙ୍ଗ ଗୋଡିସାହି ସଂଯୋଗୀ ରାସ୍ତା ପାର୍ଶ୍ୱରେ ଥିବା ରେଲୱେ ଅଣ୍ଡର ପାସ ତଳର ଦୃଶ୍ୟ ! ପ୍ରବଳ ଖରାରେ ଟିକେ ତ୍ରାହି ପାଇଁ ଏହା ତଳକୁ ଚାଲି ଆସୁଛନ୍ତି ଗାଈ ଗୋରୁ ! ପ୍ରକୃତିର ଏ ଭିନ୍ନତା ମଣିଷ ସମାଜ ପାଇଁ ଯେଉଁ ବାର୍ତ୍ତା ଦେଉଛି ତାହା ବୁଝିବାରେ ବିଳମ୍ବ ହେଲେ ଆଗକୁ ବିପଦ ଅବଶ୍ୟମ୍ଭାବୀ !

Leave a Reply

Your email address will not be published. Required fields are marked *