ବିଜେଡି ର ସମ୍ମାନ ଆଗରେ ତୁଚ୍ଛ ହେଇଗଲା ଏକାମ୍ର ର ସମ୍ମାନ ଏବଂ ସ୍ୱାଭିମାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଦୀର୍ଘ ଦୁଇ ମାସ ହେଲା ଶୁଭୁଥିଲା , ଏକାମ୍ର ର ସମ୍ମାନ ସ୍ଵାଭିମାନ ର ସ୍ଲୋଗାନ ! ହେଲେ ବିଜେଡି ର ସମ୍ମାନ ଆଗରେ ତୁଚ୍ଛ ହେଇଗଲା ଏକାମ୍ର ର ସମ୍ମାନ ଏବଂ ସ୍ୱାଭିମାନ ! ହଜାର ହଜାର ସମର୍ଥକଙ୍କ ଆଗରେ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କୁ ସମାଲୋଚନା କରି , ତାଳିମାଡ଼ରେ ଖୁସି ହେଉଥିବା ନେତା ହଠାତ ବଦଳି ଗଲେ କିପରି ! ଫେବୃଆରୀ ମାସରୁ ବନ୍ଧୁମିଳନ , କର୍ମୀ ସମ୍ମିଳନୀ ଆୟୋଜନ କରି ଏକାମ୍ର କ୍ଷେତ୍ରର ଉନ୍ନତି କଥା କହୁଥିବା ନେତା କାହିଁକି ସରେଣ୍ଡର କରିଗଲେ ! ଦଳୀୟ ଟିକେଟ ନମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରି କେକ ମଧ୍ୟ କାଟିଥିଲେ 59 ନମ୍ବର ୱାର୍ଡ ର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ! ବିରଞ୍ଚି ଙ୍କ ନେତୃତ୍ୱ ଉପରେ ଭରସା କରି ବହୁ ବିଜେଡି କର୍ମୀ – ଦଳ ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କ୍ୟାମ୍ପ ଛାଡି ଏକାମ୍ର ସ୍ୱାଭିମାନ ର ନାରା ଦେଉଥିଲେ ! ହେଲେ ହଠାତ ସବୁ ଆଶା ମଉଳିଗଲା , ଯେତେବେଳେ ନବୀନ ନିବାସ ରୁ ବାହାରି ଆଉ ସ୍ୱାଧୀନ ଭାବରେ ପ୍ରାର୍ଥୀ ହେବେନି ବୋଲି ଗଣାମଧ୍ୟମ ଆଗରେ କହିଥିଲେ ବିରଞ୍ଚି ନାରାୟଣ ମହାସୁପକାର ! ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଧାୟକ ପାଇଁ ଲଢ଼ିବେ ବୋଲି କହିବା ପରେ ବିରଞ୍ଚିଙ୍କ ପ୍ରତି ବଢ଼ିବାରେ ଲାଗିଥିଲା ସମର୍ଥନ ! ପ୍ରଥମେ ଦଳୀୟ ଟିକେଟ ପାଇଁ ଶଙ୍ଖ ଚିହ୍ନରେ ଲଢ଼ିବେ ବୋଲି ଚେଷ୍ଟା କରିଥିଲେ , ଅଶୋକ ପଣ୍ଡାଙ୍କୁ ବିଜେଡି ଟିକେଟ ମିଳିବା ପରେ , ସ୍ୱାଧୀନ ଭାବରେ ଲଢ଼ିବେ ବୋଲି କହି ଆରମ୍ଭ କରିଥିଲେ ପ୍ରଚାର ! ହେଲେ କଣ ଘଟିଲା ନବୀନ ନିବାସ ଭିତରେ , ସବୁ ଫାସର ଫାଟିଗଲା ! ଦଳର ସମ୍ମାନ ଆଗରେ ଫିକା ପଡିଗଲା – ଯୁବ , ଛାତ୍ର , ମହିଳା , ବରିଷ୍ଠ ନାଗରିକ , ବସ୍ତି ବାସିନ୍ଦାଙ୍କ ସମର୍ଥନ , ନିଜ କର୍ମୀ , ନିଜର ସହଯୋଗୀ ଙ୍କ ସମ୍ମାନ ! ନିଜେ ନିର୍ବାଚନ ତ ଲଢ଼ିବେ ନାହିଁ ବୋଲି କହିଲେ , ପୁଣି ଆଗକୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିବେ ! ଦଳୀୟ ଟିକେଟ ନମିଳିବା ପରେ ବେକରେ ସାଧା ଗାମୁଛା ପକାଉଥିବା ନେତା ପୁଣି ଶଙ୍ଖ ଚିହ୍ନ ଗାମୁଛା ପକାଇ ବୁଲିବେ ! ଆଉ ତାଙ୍କ ପ୍ରଚାରରେ ସ୍ଲୋଗାନ ଥିବ – ଅଶୋକ ପଣ୍ଡା ଜିନ୍ଦାବାଦ !

Leave a Reply

Your email address will not be published. Required fields are marked *