ବାଣପୁର ସାନହନ୍ତୁଆଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଉପଚାର ଜନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେଣ୍ଟଜନ ଆମ୍ବୁଲାନ୍ସର ଆଜୀବନ ସଭ୍ୟ ତଥା ସମାଜ ସେବୀ ଅନନ୍ତ ଚରଣ ଖଟେଇଙ୍କ ଦ୍ୱାରା ପ୍ରାଥମିକ ଉପଚାର ଚିକିତ୍ସା କାର୍ଯ୍ୟକ୍ରମ ଜାତୀୟ ସୁରକ୍ଷା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ରାସ୍ତାର ସୁରକ୍ଷା, ସାପ କାମୁଡା, ଅଂଶୁଘାତ ସୁରକ୍ଷା ପାଇବା ପାଇଁ ଉପଚାର,ବଜ୍ରପାତରୁ ନିଜକୁ ଓ ଅନ୍ୟ ମାନଙ୍କୁ କିଭଳି ସୁରକ୍ଷା ଦିଆ ଯାଇପାରିବ ବା ରକ୍ଷା କରାଯାଇପାରିବ ତାଙ୍କର ବିଭିନ୍ନ କୌଶଳ ମାଧ୍ୟମରେ ସ୍କୁଲ ପିଲାଙ୍କୁ ଓ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏତତ ବ୍ୟତୀତ ଜଳ ସଂରକ୍ଷଣ , ପରିବେଶ ସୁରକ୍ଷା ,ପରିମଳ, ନିଶା ନିବାରଣ,ରକ୍ତଦାନ, ଅଙ୍ଗ ଦାନ,ଆଦି ମହତ କାର୍ଯ୍ୟ ସମ୍ପର୍କରେ ସମାଜସେବୀ ଅନନ୍ତ ଚରଣ ଖଟେଇ ଛାତ୍ର ଛାତ୍ରୀ ମାନଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ସେବୀ, ସାମ୍ବାଦିକ ତଥା ଆଇନ ଜୀବ ଅଶୋକ କୁମାର ପାଇକରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ସଂମ୍ମାନିତ ଅତିଥି ରୂପେ ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ଜାଲି, ବିଦ୍ୟାଳୟର ପରିଚାଳନା କମିଟିର ଅଧକ୍ଷ ସନ୍ତୋଷ କୁମାର ସ୍ୱାଇଁ, ଅଧ୍ୟକ୍ଷା ଶ୍ରୀମତୀ ଅନିତା ସ୍ୱାଇଁ,ପୂଜା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗଙ୍ଗାଧର ମହାପାତ୍ର ଦ୍ୱାରା ଆୟୋଜିତ କରାଯାଇଥିଲା l ଶିକ୍ଷକ ହରଷ ଦାସ, ସୁଷମା ଦାସ, ପ୍ରମିଳା ଦେଇ, ଭଗବତୀ ମିଶ୍ର, ଅପରାଜିତା ମିଶ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।।

Leave a Reply

Your email address will not be published. Required fields are marked *