ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ପବିତ୍ର ରାମନବମୀ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ନୟାଗଡ଼ର ପ୍ରସିଦ୍ଧ ମା ଦକ୍ଷିଣକାଳୀ ପୂଜା ଉତ୍ସବର ପ୍ରତି ସନ୍ଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା | ଅସହ୍ୟ ଖରାକୁ ଖାତିର ନ କରି ମଧ୍ୟ ପ୍ରତିଦିନ ମାଆଙ୍କ ଦର୍ଶନ ସାଙ୍ଗକୁ ମୀନା ବଜାରରେ ଦୋଳି ଖେଳିବା, ମେଳାରେ ପଡ଼ିଥିବା ଷ୍ଟଲରେ କିଣା ବିକା ଏବଂ ରାତିରେ ଅପେରା ପାର୍ଟି ଦେଖିବାକୁ ବହୁ ଲୋକଙ୍କର ସମାଗମ ହେଉଥିଲା | ଅତ୍ୟଧିକ ଲୋକଙ୍କୁ ପୋଲିସ ନିୟନ୍ତ୍ରଣ କରିବାରେ ନାକେଦମ ହୋଇଛି | ଶେଷ ସନ୍ଧ୍ୟାରେ ଆୱାଜ ମିଡ଼ିଆର ଡମପଡା ପ୍ରତିନିଧି ସୁବ୍ରତ କୁମାର ନାୟକ ନିଜ ଦୁଇଚକିଆ ଯାନ (ହିରୋ ପ୍ରୋ OD05AE2243 )କୁ ବାହାରେ ରଖି ମନ୍ଦିର ଭିତରୁ ଫଟୋ ଉତ୍ତୋଳନ ଓ ଦର୍ଶନ କରୁଥିବା ବେଳେ ଗାଡିଟି ଚୋରି ହୋଇ ଯାଇଥିଲା | ଏଥିପାଇଁ ନୟାଗଡ ଥାନାରେ ଏକ ଅଭିଯୋଗ କରାଯାଇଛି | ଉତ୍ସବ ଗହଳି ଦେଖି କିଛି ଧଳାଜହର ଦଲାଲ ଶେଷ ରାତି ମହୋତ୍ସବରେ ଟୁ ହୁଇଲର ଓ ଦାମୀ ମୋବାଇଲ ଚୋରି କରିଛନ୍ତି | ନୟାଗଡ଼ରେ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରିବାକୁ ଜନ ସାଧାରଣ ଦାବି କରିଛନ୍ତି ପ୍ରଶାସନ ପାଖରେ ! ନଚେତ ବହୁ ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଧଳା ଜହର କବଳିତ କରି ନୟାଗଡ ପରି ଶିକ୍ଷିତ କଳା ସାହିତ୍ୟ ସଂସ୍କୃତି ର ମାଟିର ପରିବେଶକୁ ଖରାପ କରିଦେବ |


