ଚ଼ିଲିକା ବିଜେପି ର ମିଶ୍ରଣ ପର୍ବ : ଯୋଗଦେଲେ ବିଜେଡ଼ି‌ କର୍ମକର୍ତ୍ତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ନାଚୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ‌ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ମୋଦି ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରି ଭେଟେଶ୍ବର ପଞ୍ଚାୟତର‌ ୱାର୍ଡ଼ ସଭ୍ୟ ଶ୍ରୀ ମହେଶ ଜେନା, ପୂର୍ବତନ ୱାର୍ଡ଼ ସଭ୍ୟ ଶ୍ରୀ କବିରାଜ ନାୟକଙ୍କ ସମେତ କାର୍ଯ୍ୟକର୍ତ୍ତା ଓ ଜରିପଡ଼ା ପଞ୍ଚାୟତ‌ର ୱାର୍ଡ଼ ସଭ୍ୟ ଶ୍ରୀ ଦୁଃଖିଶ୍ୟାମ ବେହେରା, ଶ୍ରୀ ଲକ୍ଷ୍ମୀଧର ବେହେରା ଙ୍କ ସମେତ ଆଗଧାଡି଼ର ୩୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମକର୍ତ୍ତା ଗଣ ବିଜୁ ଜନତା ଦଳ ପରିତ୍ୟାଗ କରି ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହେଲେ।ଦଳରେ ନୂତନ କରି ସାମିଲ୍ ହୋଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ। ଏହି ମିଶ୍ରଣ ପର୍ବରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା,ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ,ଭେଟେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ଜିଲ୍ଲା ଭାଜପା ଉପସଭାପତି ଶ୍ରୀ ସୁମନ୍ତ ପଟ୍ଟନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସତ୍ୟ ନାରାୟଣ ପାଲଟାସିଂହ, ଚ଼ଣ୍ଡେଶ୍ବର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଲୁଲା ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *