୬୦ ତମ ସମୀକ୍ଷା ବୈଠକ ସହ ୧୫୦୨ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କାରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର କରାଳ ଗ୍ରାସରୁ ଲୋକ ମାନଙ୍କୁ ରକ୍ଷା କରିବା ପାଇଁ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ଦୀର୍ଘ ୧୫୦୨ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ସଚେତନତା ସହ କୋଭିଡ୍ କିଟ୍ ବଣ୍ଟନ ଜାରି ରଖିଛି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନର ଅନ୍ୟ ଏକ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ ମାଧ୍ୟମରେ ଦୁଃଖୀ, ଦରିଦ୍ର,ଅସହାୟ ମାନଙ୍କୁ ରିଲିଫ୍ ସେବା ମଧ୍ୟ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ନିରବଚ୍ଛିନ୍ନ କାର୍ଯ୍ୟକ୍ରମର ଦିନ ସଂଖ୍ୟା ୧୪୯୨ରୁ ୧୫୦୨ ପର୍ଯ୍ୟନ୍ତ ୧୧ ଦିନ ଧରି ଅର୍ଥାତ୍ ୨୧ଏପ୍ରିଲ୍ ୨୦୨୪ରୁ ୦୧ ମଇ ୨୦୨୪ ପର୍ଯ୍ୟନ୍ତ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବାର ଦେଖିବାକୁ ମିଳିଛି ।

ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା ବୈଠକ ହେଉଥିବା ବେଳେ ୧୫୦୦ତମ ଦିବସର ୬୦ ତମ ସମୀକ୍ଷା ବୈଠକ ଗତ ୨୯ ତାରିଖ ସୋମ ବାର ଅପରାହ୍ନ ଚାରି ଘଟିକା ସମୟରେ ମଙ୍ଗଳ ପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ପରିସରରେ ଅନୁଷ୍ଠିତ ହୋଇଯାଇ ଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ଡ୍ୟାନ୍ସ ଗ୍ରୁପ୍ ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର୍, ସୁଭଦ୍ରା ରାଉତ, ଦୀପକ ବେହେରା, ପ୍ରଫୁଲ୍ଲ କୁମାର ଦାଶ, ଶଶିକାନ୍ତ ପଣ୍ଡା, ଦିପ୍ତିରଞ୍ଜନ ପ୍ରଧାନ ଆଦି ଯୋଗଦାନ କରି କରୋନା ପାଇଁ ଫାଉଣ୍ଡେସନର ଦୀର୍ଘ ୧୫୦୦ ଦିନର ନିରବଚ୍ଛିନ୍ନ ପଦଯାତ୍ରା ବିଶ୍ଵ ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ମତବ୍ୟକ୍ତ କରିଥିଲେ। ସଂପ୍ରତି ଭାରତରେ କୋଭିଡ୍ ଆକ୍ଟିଭ କେସ ତିନି ଅଙ୍କରେ ରହିଥିବାରୁ ଏହି ସଚେତନତା ଓ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଆଗକୁ ଆଉ କିଛି ଦିନ ଚାଲୁ ରହିବ ବୋଲି ସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *