ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ଓସୱାନ ହଲ ମଧ୍ୟରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରା କୋଭିଡ ପରିଚାଳନା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ର ଅଧିକାରୀ ମାନେ ଭରଚୁଆଲ ମିଟିଂ ମାଧ୍ୟମରେ ଯୋଗ ଦେଇଥିଲେ ।
ସରକାରଙ୍କ ର ଲକଡାଉନ କଟକଣା ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢିଥିବା ସମୟରେ କିଭଳି ଭାବେ କୋରନା ନିୟମକୁ ଲୋକମାନେ ସଠିକ ଭାବେ ମାନି ଚାଲିବେ, ବାହାଘର ମାନଙ୍କରେ 25 ଜଣଙ୍କୁ ଅନୁମତି ପ୍ରଦାନ, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକ ମାନଙ୍କ ଦ୍ୱାରା ଘର ଘର ବୁଲି କୋରନା ସଚେତନ ବାର୍ତ୍ତା ପ୍ରଦାନ, ସମସ୍ତ ବ୍ଲକ ମାନଙ୍କରେ ଅତିକମରେ ୨ ଟି ଲେଖାଏଁ ଆମ୍ବୁଲାନ୍ସ ପ୍ରସ୍ତୁତ ରହିବା, ଗ୍ରାମ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ କୋଭିଡ ପରୀକ୍ଷା କରିବା ତଥା ଚିକିତ୍ସା ଆଦି ଉପରେ ଆଲୋଚନା କରାଯାଇଥିଲା ।
ଆଜିର ଏହି ଭରଚୁଆଲ ମିଟିଙ୍ଗ ରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା , ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ନରୋତ୍ତମ ବେହେରା, ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସଦର ଉପ-ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।