ସଡ଼କପଡା ଠାରେ ଆୟୋଜିତ ୨୪ ପ୍ରହର ନାମ ଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ଼ ଜିଲ୍ଲା ପାଇକମାଳ ସଡ଼କପଡା ଠାରେ ଆୟୋଜିତ ୨୪ ପ୍ରହର ନାମ ଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା । ପ୍ରାତଃ ସମୟରେ ଜଳାଶୟ କୁ ଯାଇ ମା ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରି କଳସରେ ଜଳ ପୂର୍ଣ୍ଣ କରି ଶତାଧିକ ମହିଳା ଶ୍ରଦ୍ଧାଳୁ କଳସ ଧାରଣ କରି ଗ୍ରାମ ପରିକ୍ରମା କରିଥିଲେ । ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ, ହରିବୋଲ ହୁଳହୁଳି ଧ୍ୱନିରେ ଗ୍ରାମ ପରିକ୍ରମା ପରେ କୁଞ୍ଜ ମଣ୍ଡପରେ କଳସ ସ୍ଥାପନ କରିଥିଲେ । ପୂଜା କାର୍ଯ୍ୟରେ ପଣ୍ଡିତ ଦିଗିରି ଦିପ୍ତା ପୌରାହିତ୍ୟ କରିଥିବା ବେଳେ ଘନ ସୁପକାର ଓ ସଂଗୀତା ସୁପକାର କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ସଭାପତି କାଜୁ ପ୍ରଧାନ , ଉପସଭାପତି ଗୁପେନ୍ଦ୍ର ପ୍ରଧାନ , ସମ୍ପାଦକ ଡୁଳାମଣି ସାହୁ , ସହ ସମ୍ପାଦକ ଘନ ସୁପକାର , ନୀଳ ସାହୁ , ଦିଲୀପ ସାହୁ , ଜୟଦେବ ମଟାରି , ନାରାୟଣ ନାୟକ , ଦୁଲହରୀ ସାହୁ , ତରଣୀ ସାହୁ , ଗିତୁ ମହାକୁର , ଶୁକଦେବ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସକାଳ ସମୟରୁ ନାମ ଯଜ୍ଞ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *