ପୂର୍ଵ ଶତ୍ରୁତାରୁ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ରେ ରିଭେଞ୍ଜ ମର୍ଡର । ପୂର୍ଵ ଶତ୍ରୁତାରୁ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । ମୃତକ ହେଲେ ପୀତବାସ ଖଟୁଆ । ଇଟାମାଟି ଥାନା ପାଣ୍ଡେରିପାଟଣା ଗାଁର ପୀତବାସ ଖଟୁଆଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ । ପୂର୍ଵ ଶତ୍ରୁତାକୁ ନେଇ ପୀତବାସଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ଘାଟିଆ ଅଭିଯୁକ୍ତ ବାନାମ୍ବର ପରିଡା ଏବଂ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଛନ୍ତି । ପୂର୍ବରୁ ଜମିରେ ମଇଁଷି ଚରାଇବା ନେଇ ପୀତବାସଙ୍କ ସହ ଅଭିଯୁକ୍ତଙ୍କ ବାନାମ୍ବରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଏହି କାରଣ ରୁ ରିଭେଞ୍ଜ ନେବା କୁ ଯାଇ ପୀତବାସ ଖଟୁଆଙ୍କୁ ବାନାମ୍ବର ପରିଡା ବାଘେରା ଦୋଳମଣ୍ଡପ ସାହିକୁ ନେଇ ବାଡ଼େଇ ବାଡେଇ ମାରିଥିବା ଅଭିଯୋଗ ହୋଇଛି l ପୀତବାସ ଖଟୁଆଙ୍କୁ ଅଭିଯୁକ୍ତ ବାନାମ୍ବର ପରିଡା ଏବଂ ତାଙ୍କ ପୁଅ ମଣ୍ଟୁ ପରିଡା ଅନ୍ୟ ଦୁଇ ଜଣ ସହଯୋଗୀ ମିଶି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶବ ଉଦ୍ଧାର କରି ଇଟାମାଟି ପୋଲିସ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *