ଗାଡ଼ି ଚେକିଂ ବେଳେ ପୋଲିସ ହାତରେ ଧରା ପଡିଲେ ଦୁଇ ବାଇକ ଚୋର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗାଡ଼ି ଚେକିଂ ବେଳେ ପୋଲିସ ହାତରେ ଧରା ପଡିଲେ ଦୁଇ ବାଇକ ଚୋର . ତିନୋଟି ଚୋରା ବାଇକ୍ ଜବତ , ଦୁଇଜଣ ଯୁବକ ଗିରଫ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ 16 ନମ୍ବର ଜାତୀୟ ରାଜପଥରେ ଟାଙ୍ଗି ପୋଲିସ ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଗୋଟାଏ ହୋଣ୍ଡା ସାଇନ ମଟର ସାଇକେଲ ଉପରେ ସନ୍ଦେହ ହେବାରୁ ତାହାର କାଗଜପତ୍ର ମାଗିଥିଲା ପୋଲିସ l ତେବେ ମଟର ସାଇକେଲ ଚାଳକ କାଗଜପତ୍ର ଦେଖାଇବାକୁ ଅସମର୍ଥ ହେବାରୁ ପୋଲିସର ସନ୍ଦେହ ବଢ଼ିବାରେ ଲାଗିଲା l ଏବଂ ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ତାହା ଏକ ଚୋରା ବାଇକ l ଏହି ପରିପ୍ରେକ୍ଷୀରେ ଟାଙ୍ଗି ପୋଲିସ କେସ ନମ୍ବର 400 / 21 ରେ ଏକ ଚୋରି ମାମଲା ରୁଜୁ କରିବା ସହ ବାଇକ ଚାଳକ ଦିଲୀପ ବେହେରା ଏବଂ ବାଇକ ପଛରେ ବସିଥିବା ତାଙ୍କ ସହଯୋଗୀ ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ ଗିରଫ କରିଥିବା ବେଳେ ଗାଡିକୁ ଜବତ କରିଛି l ଉଭୟ ଅଭିଯୁକ୍ତଙ୍କ ଗ୍ରାମ ଟାଙ୍ଗି ଥାନା ସୋରଣ ପଞ୍ଚାୟତର ନରହରିସାହି ବୋଲି ଜଣାପଡିଛି l ସେହିପରି ଭାବେ ତଦନ୍ତ ସମୟରେ ଅଭିଯୁକ୍ତ ମାନେ ଭୁବନେଶ୍ୱରରୁ ଆଉ ଦୁଇଗୋଟି ମଟର ସାଇକେଲ ଚୋରି କରିଥିବାର ଜାଣିବାକୁ ପାଇଥିଲା ପୋଲିସ l ଟାଙ୍ଗି ଆଇଆଇସି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ନରହରି ଗ୍ରାମରେ ଚଢ଼ାଉ କରାଯାଇଥିଲା ଏବଂ ସେଠାରୁ ଗୋଟାଏ ବାଜାଜ ପ୍ଲାଟିନା ମଟର ସାଇକେଲ ଏବଂ ଗୋଟାଏ କଳା ରଙ୍ଗର ହିରୋ ହୋଣ୍ଡା ଗ୍ଲାମର ଜବତ କରାଯାଇଛି l ତେବେ ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ଟାଙ୍ଗି ପୋଲିସ ଉଭୟଙ୍କୁ 15 ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟକୁ ନିବେଦନ କରିଥିବାର ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ମଲ୍ଲିକ l

Leave a Reply

Your email address will not be published. Required fields are marked *