ପାରାଦୀପ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ : ବେଆଇନ ମଦ ବ୍ୟବସାୟୀଙ୍କ ମଧ୍ୟରେ ଛନକା !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ସରକାରୀ ବିଦେଶୀ ମଦ ଦୋକାନ ରେ ବିକ୍ରି ହେଇଥିଲା ନକଲି ମଦ । ମାଡି ବସିଲା ଅବକାରୀ ବିଭାଗ।
ଗତକାଲି ନକଲି ମଦ କାରଖାନା ଠାବ କରି ୨ ଜଣଙ୍କୁ ଗିରଫ କରିଥିବା ପାରାଦୀପ ଅବକାରୀ ବିଭାଗ ଆଜି ପୁଣି ନେଇଛି ବଡ଼ ପଦକ୍ଷେପ।

ପାରାଦୀପରେ ନକଲି ମଦ କାରବାର ବିରୋଧରେ ଆକ୍ସନ ମୁଡ଼ରେ ଅବକାରୀ ବିଭାଗ। ଗତକାଲି ଅଠରବାଙ୍କି ନିକଟସ୍ଥ ଅମ୍ବିକାପଡ଼ାରେ ଏକ ଭଡ଼ା ଘରେ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିବା ସହ ୧୯ ଲିଟରରୁ ଅଧିକ ନକଲି ମଦ, ବିଦେଶୀ ମଦ, ଖାଲି ବୋତଲ, ଲେବଲ, ଠିପି ଏବଂ ନକଲି ମଦ ପ୍ରସ୍ତୁତିର ବିଭିନ୍ନ ସରଞ୍ଜାମ ଜବତ କରାଯାଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବରୁ ଅଠରବାଙ୍କି ମଦ ଦୋକାନରେ କାମ କରୁଥିବା ଜଣାପଡ଼ିବା ପରେ ଅବକାରୀ ବିଭାଗ ସେହି ଦୋକାନ ଉପରେ ନଜର ରଖିଥିଲା। ତଦନ୍ତ ବେଳେ ମିଳିଥିବା ତଥ୍ୟ ଆଧାରରେ ଆଜି ଅଠରବାଙ୍କି ମାର୍କେଟରେ ଥିବା ମଦ ଦୋକାନରେ ଚଢ଼ାଉ କରାଯାଇଥିଲା ଏଥିରେ କିଛି । ନକଲି ମଦ ମିଳିବା ପରେ ଅବକାରୀ ବିଭାଗ ପୁରା ଦୋକାନ ଖୋଳତାଡ଼ କରି ଦୋକାନକୁ ସିଲ୍ କରିଛି ।

ନକଲି ମଦ କେଉଁ କେଉଁ ସ୍ଥାନକୁ ଯୋଗାଣ ହେଉଥିଲା ଏବଂ ଏହି ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଅଧିକ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଆହୁରି କିଛି ସ୍ଥାନରେ ଚଢ଼ାଉ ହୋଇପାରେ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ପାରାଦୀପରେ ନକଲି ମଦ କାରବାର ଉପରେ ଅବକାରୀ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ବେଆଇନ ମଦ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି।

Leave a Reply

Your email address will not be published. Required fields are marked *