ଡାକ୍ତରଙ୍କ ଆନ୍ଦୋଳନ ରେ ରୋଗୀ ସେବା ବିପର୍ଯ୍ୟସ୍ତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଡାକ୍ତର ଆନ୍ଦୋଳନ ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ । ଶହ ଶହ ରୋଗୀଙ୍କ ପାଇଁ ମାତ୍ର 3 ଜଣ ଆୟୁଷ ଡାକ୍ତର , ଆଉଟଡୋର ରୋଗୀ ଦେଖିବା ରୋଗୀ ସେବାରେ ଅବ୍ୟବସ୍ଥା ଦେଖା ଦେଇଛି । ସେପଟେ ବିଭିନ୍ନ ୱାର୍ଡରେ ଡାକ୍ତର ନଥିବାରୁ ବେଡ଼ ରେ ପଡି ରୋଗୀ ପଡି ଛଟପଟ ହେଉଛନ୍ତି । ଚିକିତ୍ସା ନ ମିଳିବାରୁ ଘଡୁଆଳ ଗାଁର 65 ବର୍ଷର ବୃଦ୍ଧ ଦିନବନ୍ଧୁ ବରାଡ଼ଙ୍କ ମୃତ୍ୟୁ ହୋଇଛି । ସେ ଶ୍ଵାସ ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ 5 ଦିନେ ତଳେ ଆସିଥିଲେ । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ କୌଣସି ଡାକ୍ତର ୱାର୍ଡକୁ ନଆସିବାରୁ କମ୍ପାଉଣ୍ଡର ଦେଖିଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବା ବେଳଙ୍କୁ ଡାକ୍ତରଙ୍କ ଚିକିତ୍ସା ନମିଳିବା ରୁ ଦିନବନ୍ଧୁ ବରାଡ଼ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 18 ଦଫା ଦାବି ନେଇ ଜିଲ୍ଲାର 134 ଜଣ MBBS ଡାକ୍ତର ଆନ୍ଦୋଳନ ରହିଥିବା ଡାକ୍ତର ସଙ୍ଘ ପକ୍ଷରୁ କୁହାଯାଇଛି । ଜିଲ୍ଲାର 51ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତ ପାଇଁ ରୋଗୀ ସେବା ରେ ଅଚଳ ବ୍ୟବସ୍ଥା ହୋଇଛି । ସମସ୍ତ ଡାକ୍ତର ମାନଙ୍କର ଗୋଟିଏ ଜିଦି ରହିଚିକି , ଆମର ସମସ୍ତ ଦାବି ପୂରଣ କରାଗଲେ ଆମେ ପୁନର୍ବାର କାଯ୍ୟରେ ଯୋଗଦେବୁ l ବିଶ୍ଵ ଡାକ୍ତର ଦିବସ ଭଳି ଦିନରେ ଡାକ୍ତର ନିଜର ସେବା କରିବା ଛାଡି ନିଜର ଦାବିପୂରଣ କରିବା ପ୍ରତିବାଦରେ ବସିଛନ୍ତି l ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ବିକଳ ଚିତ୍ର ସମସ୍ତ ଜନସଧାରଙ୍କୁ ଦୁଃଖିତ କରିଛି l ଗୋଟିଏ ପଟେ ଲମ୍ବା ଲାଇନ ରୋଗୀଙ୍କର , ଅନ୍ୟ ପଟେ ଡାକ୍ତର ନଥିବାରୁ ଜଣକର ମୃତ୍ୟୁ l ନିଜର ଟିକେଟ କାଗଜ କୁ ଧରି ରୋଗୀଟିଏ ସେମିତି ଧାଡିରେ ଛିଡାହେଇଛି l ଗାଁ ଗହଳିରୁ ଆସିଥିବା ଲୋକ କଣ ଜାଣିବ ଡାକ୍ତର କେଉଁ ଦାବି ନେଇ ଆସୁନାହାନ୍ତି l

Leave a Reply

Your email address will not be published. Required fields are marked *