ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ପ୍ରେସ କ୍ଲବ ପକ୍ଷରୁ ଆଜି ହୋଟେଲ ଗ୍ରୀନ ପାର୍କ ସମିଳନୀ କକ୍ଷ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ପ୍ରେସ କ୍ଲବ (ନୋଭେଲ) ର ସଭାପତି ତଥା ସାମ୍ବାଦିକ ପ୍ରବୀଣ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଂରାଜୀ ବିଭାଗ ପ୍ରଫେସର ଶୁଭଦର୍ଶିନୀ ମହାପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଉପେନ୍ଦ୍ର କୁମାର ପରିଡା, ଅତିଥି ଭାବେ ସୋସିଆଲ ଆକ୍ଟିଭିଷ୍ଟ ଜ୍ୟୋତିରଞ୍ଜନ ଦାସ, ଅନୁଶୀଳନ ଖବରକାଗଜ ର ସମ୍ପାଦକ ପ୍ରଶାନ୍ତ ଶତପଥି, ସାମ୍ବାଦିକ ତ୍ରିପୁର ସାହୁ, ସାମ୍ବାଦିକ ସୁଶୀଲ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ଜାତୀୟ ପ୍ରେସ ଦିବସର ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିବା ସହ ଗଣମାଧ୍ୟମ ପ୍ରତିନିଧି ମାନେ ବର୍ତ୍ତମାନ ସମାଜରେ ଉପୁଜୁଥିବା ପରିସ୍ଥିତିକୁ ଲୋକଲୋଚନକୁ ଆଣି ସରକାରଙ୍କୁ ଏହା ଉପରେ ଦୃଷ୍ଟି ଆକର୍ଷଣ କରିବା ଏହା ମୌଳିକ ଦାୟୀତ୍ୱବୋଧ ବୋଲି କହିବା ସହ ସାମ୍ବାଦିକ ମାନେ ନିର୍ଭିକତାର ସହ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ପ୍ରେସ କ୍ଲବ (ନୋଭେଲ) ପକ୍ଷରୁ ସମ୍ବାଦ ର ସାମ୍ବାଦିକ ବିକାଶ ସାହୁ, ସମାଜସେବୀ କ୍ଷୀରୋଦ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଦେବେଶ ବାନାର୍ଜୀ, ନୃତ୍ୟ ଗୁରୁ ଶଙ୍କର ବାଇ, ନାଇସ ଇନିଷ୍ଟିଚୁଟ, ସାମ୍ବାଦିକ ଭାଗ୍ୟରଥୀ, ଜମ୍ବେଶ୍ୱର ପଟ୍ଟନାୟକ, ବିଘ୍ନେଶ୍ୱର ସାହୁ, ଶିତିକାନ୍ତ ବାରିକ ଓ ମହିଳା କଲେଜ ର ପୂର୍ବତନ ଅଧ୍ୟକ୍ଷା ଶୋଭାଗିନୀ ଦେବୀଙ୍କୁ ଅତିଥି ମାନଙ୍କ ଦ୍ୱାରା ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ବିଭିନ୍ନ କ୍ଷେତ୍ରରେ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନ ର ସହ ସମ୍ବର୍ଦ୍ଧିତ କରାଯାଇଥିଲା l ସମାଜସେବୀ ତଥା କବି ଜିତେନ୍ଦ୍ର କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ଏଥିରେ ଯୁବ ସମାଜସେବୀ ବେଣୁଧର ଦାସ, ସାମ୍ବାଦିକ ଗୌତମ କର, ରାଜେଶ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ l


