ଛୋଟ ଏକ ପ୍ରୟାସ ସେବାସଂଘ ପକ୍ଷରୁ ବୃଦ୍ଧାଶ୍ରମକୁ ସହାୟତା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବୟାଳିଶମୌଜା ମୌଜା ଥାନା ଅନ୍ତର୍ଗତ ବହ୍ମପୁର ମୌଜାରେ ଅବସ୍ଥିତ ଉଫ ସେବାଶ୍ରମରେ ଅନ୍ତେବାସୀ ମାନଙ୍କୁ ସହାୟତା ଓ ମାନବ ସେବା ଭିତ୍ତିକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ସାମାଜିକ ସଂଗଠନ “ଛୋଟ ଏକ ପ୍ରୟାସ” ପରିବାର ସଦସ୍ୟ ମାନେ ଆଶ୍ରମର ଅନ୍ତେବାସୀ ମାନଙ୍କ ସେବା, ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ଆଶ୍ରମର ପ୍ରତିଷ୍ଠାତା ଆନନ୍ଦ ମହାରଣା, ଚିନ୍ମୟୀ ପଟ୍ଟନାୟକ, ପିପୁଲ ଫର ସେବା ସଂଗଠନ ପରିଚାଳିକା ବିଦ୍ୟାଶ୍ରୀ ଦାଶ, ଗଣମାଧ୍ୟମ ପ୍ରତିନିଧି ପ୍ରଦୀପ୍ତ କୁମାର ଦାସ, ସମାଜସେବୀ ବସନ୍ତ କୁମାର ପଣ୍ଡା ଓ ପ୍ରଣବ କୁମାର ଦାସ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *