ବାଙ୍କୀ ରେ ଲଢେଇ ହେବ ତ୍ରିମୁଖୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନାମାଙ୍କନ ପାଇଁ ବାଙ୍କୀ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ କରିଥିଲେ ବିଶାଳ ଆୟୋଜନ ! ଅଧିକ ଜନ ସମାଗମ ପାଇଁ ନିର୍ବାଚନ ମଣ୍ଡଳୀ ବାହାରୁ ମଧ୍ୟ ଲୋକ ନେଇ ଏକାଠି କରିଥିଲେ ! ହେଲେ ଦାଉ ସାଧିଲା ବର୍ଷା ! ପ୍ରବଳ ମେଘ ସାଙ୍ଗକୁ କୁଆପଥର ମାଡ଼ରେ ଲୋକ ହୋଇଗଲେ ଅସ୍ତବ୍ୟସ୍ତ ! ମା ବ୍ରହ୍ମେଇ ପୀଠରୁ ରାଲି ଆସି ନୃସିଂହ ଛକରେ ପହଁଚିଲା ବେଳକୁ ଆରମ୍ଭ ହେଲା ବର୍ଷା ! ସକାଳ ସମୟରେ କଂଗ୍ରେସ କର୍ମୀ ପ୍ରବଳ ଖରାରେ ଝାଳ ବୋହି ଓଦା ହୋଇଥିବା ବେଳେ , ଅପରାହ୍ନରେ ମେଘରେ ଓଦା ହେଲେ ବିଜେପି କର୍ମୀ ! ତେବେ ବାଙ୍କୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ତୁଷାରକାନ୍ତ ଚକ୍ରବର୍ତ୍ତୀ ! କଟକ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା , କଟକ ଲୋକସଭା ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ପ୍ରମୂଖ ଉପସ୍ଥିତ ରହିଥିଲେ ! ମେଘ କୁ ନେଇ ଭିନ୍ନ ଢଙ୍ଗରେ ମନ୍ତବ୍ୟ ରଖିଥିଲେ ଭର୍ତ୍ତୃହରି ! ନାମାଙ୍କନ ଶୋଭାଯାତ୍ରାରେ କର୍ମୀଙ୍କ ସମାଗମ , ଆଗାମୀ ଦିନରେ ହେବାକୁ ଥିବା ପରିବର୍ତ୍ତନର ଆଭାସ ବୋଲି କହିଛନ୍ତି ତୁଷାରକାନ୍ତ ! ତେବେ ଭାରତୀୟ ଜନତା ପାର୍ଟି ତରଫରୁ ତୁଷାରକାନ୍ତ ଙ୍କୁ ଦଳୀୟ ଟିକେଟ ମିଳିବା ପରେ ବାଙ୍କୀ ବିଜେପି ଏବେ ତିନି ଫାଳ ! ପଶ୍ଚିମ ବାଙ୍କୀ ର ଅନେକ ବିଜେପି କର୍ମୀ କଂଗ୍ରେସ ରେ ସାମିଲ ହୋଇଥିବା ସମୟରେ ବହୁ ବିଜେପି ନେତା କଂଗ୍ରେସ ପ୍ରାର୍ଥୀ ଦେବାଶିଷଙ୍କ ସହିତ ଗୋପନ ବୁଝାମଣାରେ ଅଛନ୍ତି ! ଫଳାଫଳ ଯାହା ବି ହେଉ କିନ୍ତୁ ଚଳିତ ଥର ବାଙ୍କୀ ରେ ଲଢେଇ ହେବ ତ୍ରିମୁଖୀ !

Leave a Reply

Your email address will not be published. Required fields are marked *