ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଠାକୁରପଡା ଗ୍ରାମର ନୃସିଂହ ଚରଣ ସାହୁଙ୍କ ଝିଅ ପ୍ରଭାସିନୀକୁ ସଂପୃକ୍ତ ଗ୍ରାମର ଉମାକାନ୍ତ ସାହୁ ଭଲ ପାଇ ବସିଥିଲେ । କୈଣସି କାରଣରୁ ଭଲ ପାଇବାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତାରେ ପରିଣତ ହୋଇଥିଲା । ଏ ନେଇ ଉମାକାନ୍ତଙ୍କ ନାମରେ ଅଭିଯୋଗରେ ଜେଲ ଦଣ୍ଡାଦେଶ ପାଇ ୩ ମାସ ପରେ ମୁକୁଳି ଗ୍ରାମକୁ ଫେରିଥିଲା । ଉକ୍ତ ଯୁବତୀ ଜଣକ ଗର୍ଭବତୀ ଥାଇ ଆତ୍ମହତ୍ୟା କରିବା ପରେ ଉମାକାନ୍ତ କଲିକତା ଯାଇ ସେଠାରେ କାମ କରି ଆସୁଥିଲା । ତେବେ ଦୀର୍ଘ ୧୦ ବର୍ଷ ପରେ ରଜ ଉପଲକ୍ଷେ ନିଜ ଗ୍ରାମକୁ ଆସି ଏକ ଦୋକାନକୁ ଗୁଟଖା ଆଣି ଆସୁଥିବା ସମୟରେ ଝିଅର ବାପା ନୃସିଂହ,ମା ସୁଲୋଚନା, ଝିଅ ମମତା ଓ ଭାଇ ଅମୂଲ୍ୟ ହାତରେ ମାରଣାସ୍ତ୍ର, କଟୁରି ଓ ରଡ଼ ଧରି ସଂଘବଦ୍ଧ ଭାବରେ ଆକ୍ରମଣ କରି ଲହୁଲୁହାଣ କରି ମାରି ଦେଇଥିଲେ । ଏ ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ପରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୁଶିଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।