ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ସେ ମହିଳା ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡିର ମହିଳା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସକାଳୁ ସକାଳୁ ଫତେଗଡ଼ରେ ଥିବା ରାମ ମନ୍ଦିର ଦର୍ଶନ କରି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସହର ପରିକ୍ରମା କରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅନେକ କର୍ମୀ ନୟାଗଡ଼ ରେଳ ଷ୍ଟେସନ ପାଖରେ ଅଟକି ରହି ଯାଇଥିଲେ । ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ସମର୍ଥକ ମାନେ ଆସି ପହଂଚିଥିଲେ । ଦଶ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କୁ ନେଇ ବିଶାଳ ଶୋଭାଯାତ୍ରା ସହିତ ସାବିତ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିବା ନିମନ୍ତେ ଆଗେଇଥିଲେ । ନାମାଙ୍କନ ଭରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ନିର୍ବାଚନରେ ବିଜୟୀ ହେବା ପରେ ନିଜ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଏବଂ ପଯ୍ୟଟନ କୁ ଉନ୍ନତ କରିବାକୁ ପ୍ରତିଶୃତି ଦେଇଥିଲେ l ଖଣ୍ଡପଡା ରେ ରହିଥିବା ବିବାଦକୁ ନେଇ କହିଥିଲେ ଆମେ ସମସ୍ତେ ଗୋଟିଏ ପରିବାରର , ଆମେ ମିଳିମିଶି କାମ କରିବୁ l ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ବିଭିନ୍ନ ଜିଲ୍ଲା ପରିଷଦ ଓ ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ !
ନାମାଙ୍କନ ଦାଖଲ କଲେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ !!!

