ନୟାଗଡ ବିଜେଡିର ବିରାଟ ମିଶ୍ରଣ ପର୍ବ : ଦୁଇ ହଜାରରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡରେ ଦିଗହରା ହେଲାଣି ବିରୋଧୀ, ପୁଣି ୭୪ ନେତା ବିଜେଡିରେ ସାମିଲ ! ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୦୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ସାରିଲେଣି ନେତା ମାନେ । ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ଭାଟସାହି ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ଯୁବ ନେତା ସମୀର ଭଟ୍ଟଙ୍କ ନେତୃତ୍ୱରେ ୪୬ରୁ ଉର୍ଦ୍ଧ୍ୱ ଯୁବ ଛାତ୍ର ନେତା ବିଜେଡିରେ ଯୋଗ ଦେଇଛନ୍ତି । ଏଥି ସହିତ ନଡିଆଳି ଗ୍ରାମ ପଞ୍ଚାୟତ ଗବନଳ ଗ୍ରାମର ୨୬ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ନାଟୁଗାଁ ଗ୍ରାମ ପଞ୍ଚାୟତର ୨ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ବିଜେଡି ନେତ୍ରୀ ଇରାନୀ ରାୟ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ଗବନଳ ଗ୍ରାମର ସୁରେନ୍ଦ୍ର ସେଠୀ, ଅଶୋକ ସେଠୀ, ଟୁଲୁ ପ୍ରଧାନ, ଜୟ ବେହେରା, ଅର୍ଜୁନ ବେହେରା, ରବିନ୍ଦ୍ର ମୁଦୁଲି, ସୁଶାନ୍ତ ମୁଦୁଲି, ରିଙ୍କୁ ସେଠୀ, ନକୁଳ ବେହେରା, ଦିଲ୍ଲୀପ ମୁଦୁଲି, ଦୁଖିଆ ମୁଦୁଲି, ଟୁକୁନା ବେହେରା, ଅଭିମନ୍ୟୁ ମୁଦୁଲି, ପ୍ରଫୁଲ୍ଲ ମୁଦୁଲି, ରବି ବେହେରା, କାଳିଆ ବେହେରା, ପୁର୍ଣ୍ଣ ପରିଡ଼ା, ଗୋପାଳ ମୁଦୁଲି, ବାନା ପରିଡ଼ା, ଧୋବା ବେହେରା, ଚିନୁ ମୁଦୁଲି, ଶ୍ରୀଧର ବେହେରା, ମିଟୁ ମୁଦୁଲି, ଜିତେନ୍ଦ୍ର ମୁଦୁଲି, କାଳୁ ମୁଦୁଲି ଓ ମାନଓ ମୁଦୁଲି ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ଭାବେ ନାଟୁଗାଁ ପଞ୍ଚାୟତ ସଜନାପଡ଼ା ଗ୍ରାମର ପ୍ରକାଶ ଚନ୍ଦ୍ର ସ୍ୱାଇଁ ଓ ଟୁଲୁ ସାମନ୍ତରାୟ ବିଜେଡିରେ ଯୋଗ ଦେଇଛନ୍ତି । ଭାଟସାହି ପଞ୍ଚାୟତର ବିରୋଧୀ ଦଳର ମୁଖ୍ୟ ଯୁବ ନେତା ସମୀର ଭଟ୍ଟଙ୍କ ନେତୃତ୍ୱରେ ୪୬ରୁ ଉର୍ଦ୍ଧ୍ୱ ଯୁବ ଛାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଭାଟସାହି ଗ୍ରାମ ପଞ୍ଚାୟତରେ ବିଜେଡିର ଗଡ଼ ହେବାକୁ ଯାଉଛି । ଉକ୍ତ ପଞ୍ଚାୟତ ବିରୋଧୀ ଶୁନ୍ୟ ହୋଇ ପଡିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସମସ୍ତଙ୍କୁ ସ୍ୱଗାତ କରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସୁବାଷ କଅଁର, ନୟାଗଡ଼ ପୌରାଞ୍ଚଳ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବିଜେଡି ନେତା ବିରେନ୍ଦ୍ର ନାୟକ, ପଦ୍ମ ଉଦୟଭାନୁ, ନୀଳମାଧବ ପଣ୍ଡା, କାଉନସିଲର ଜାନକୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ ନେତା ମାନେ ଡବଲ ଶଙ୍ଖରେ ଭୋଟ ଦେବା ପାଇଁ ଆହ୍ୱାନ ଦେଇଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ଅରୁଣ ସାହୁ ଜିନ୍ଦାବାଦ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ର ଶ୍ଳୋଗାନ ଦେଇଥିଲେ ।

 

 

 

 

Leave a Reply

Your email address will not be published. Required fields are marked *