ଅକ୍ଷୟ ତୃତୀୟା ରେ ବଉଳାବନ୍ଧ ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ୨୪ ଭେଷ ର ନିର୍ମାଣ ଶୁଭ ଅନୁକୂଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ, ବଉଳାବନ୍ଧ ଗ୍ରାମରେ ଶ୍ରୀଜଗନ୍ନାଥ ଙ୍କର ୨୪ ଗୋଟି ବେଶର ୯୬ ଟି ମୂର୍ତ୍ତି ପ୍ରଦର୍ଶନୀ ନିମନ୍ତେ ଦାରୁ ( ଲିମ୍ବ କାଠ ) ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କର ନିର୍ମାଣ କାମ ର ଶୁଭ ଅନୁକୂଳ ହୋଇଯାଇଅଛି l ପରମ ପୂଜ୍ୟ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଙ୍କର ପରାମର୍ଶ କ୍ରମେ, ପୂରୀ ଝାଞ୍ଜପୀଠ ମହନ୍ତ ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାଶ ମହାରାଜ, ଚିନ୍ମୟ ମିଶନ ପଟିଆଲା ର ସ୍ୱାମୀ ମାଧବାନନ୍ଦ ସରସ୍ବତୀ, ଶ୍ରୀମନ୍ଦିର ଦଇତାପତି ରଘୁନାଥ ଦାଶ ମହାପାତ୍ର ଓ ଅନ୍ୟାନ୍ୟ ଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ସହିତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଟ୍ରଷ୍ଟ ର ସଭାପତି ଡ଼ଃ ସୁଶାନ୍ତ କୁମାର ସାହୂ ବିଚାର ବିମର୍ଶ କରି, ମହାପ୍ରଭୁଙ୍କର ଏହି ଅନନ୍ୟ କାର୍ଯ୍ୟକ୍ରମ କୁ ଶୁଭ ଅନୁକୂଳ କରାଇଥିଲେ l ବଉଳବନ୍ଧ ଗ୍ରାମର ଶ୍ରୀଯୁକ୍ତ ନୀଳମଣି ମହାରଣା ଓ ପ୍ରମୋଦ ମହାରଣା ଏହି ୨୪ ଗୋଟି ବେଶର 96 ଟି ମୂର୍ତ୍ତି ନିର୍ମାଣ କରିବାକୁ ଭକ୍ତିପୂତ ଭାବରେ ପ୍ରଗଢା ଇଛା ପ୍ରକାଶ କରିଥିଲେ l ଦଇତାପତି ରଘୁନାଥ ଦାଶ ଙ୍କ ପ୍ରେରିତ ଶ୍ରୀଜଗନ୍ନାଥ ଙ୍କର ଶ୍ରୀଅଙ୍ଗ ଲାଗି ଗୀତଗୋବିନ୍ଦ ଖଣ୍ଡୁଆ ପାଟ କୁ କାଙ୍କଣଶିଖରୀ ର ଆଦ୍ୟ ସେବକ ଶ୍ରୀଯୁକ୍ତ ହାଡୁବନ୍ଧୁ ପଟନାୟକ ଦୁଇ ବିଶ୍ୱକର୍ମା ଙ୍କୁ ଲାଗି କରାଇଥିଲେ l ବଉଳାବନ୍ଧ ଗ୍ରାମର ପ୍ରଭୁ ବୃନ୍ଦାବନ ଦେବ ଙ୍କ ମନ୍ଦିରରେ ଅନୁଷ୍ଠିତ ଏହି ଶୁଭ ଅନୁକୂଳ ଅବସରେ ଶ୍ରୀମନ୍ଦିର ରୁ ଦଇତାପତି ରଘୁନାଥ ଦାଶ ମହାପାତ୍ର, ଦୂରଭାସ ଯୋଗେ, ଦୁଇ ବିଶ୍ୱକର୍ମା ଙ୍କୁ ନିଷ୍ଠା ଓ ଭକ୍ତି ର ସହିତ ମହାପ୍ରଭୁ ଙ୍କର ଏହି ମହାନ କାମକୁ ଆଗେଇ ନେବାକୁ ଆଶୀର୍ବାଦ ଦେଇଥିଲେ l ପ୍ରକାଶ ଥାଉକି ଦାରୁ ନିର୍ମିତ ୨୪ ବେଶ ପ୍ରଦର୍ଶନୀ ଜଗନ୍ନାଥ ସଂସ୍କୃତି ରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି l ଏହି ଶୁଭ ଅନୁକୂଳ ପୂଜା ରେ, ନଈରୀ ଗ୍ରାମର ରମେଶ ପଲେଇ ଙ୍କ ସହିତ ବଉଳବନ୍ଧ ଗ୍ରାମର ଜିତେନ୍ଦ୍ର ନାୟକ, ବୃନ୍ଦାବନ ମହାରଣା, ସନ୍ତୋଷ ନାୟକ, କାଳୁଚରଣ ବେହେରା ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।।

Leave a Reply

Your email address will not be published. Required fields are marked *