୪୨ ମୌଜା ନଦୀବନ୍ଧ ଦୁର୍ବଳ : ପଥର ପ୍ୟାକିଂ ପାଇଁ ଦାବୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଶିଢୁଆ ଓ କାଠଯୋଡି ନଦୀର ମଧ୍ୟବର୍ତ୍ତୀ ନଦୀବନ୍ଧ ପରିବେଷ୍ଟିତ ଦ୍ୱିପାଞ୍ଚଳ ୪୨ ମୌଜାର ନଦୀବନ୍ଧ ବହୁତ ଯାଗାରେ ଦୁଇ ତରଫରୁ ଖାଇ ଯାଇ ରାସ୍ତା ସଙ୍କୁଚିତ ହୋଇ ଯାତାୟତରେ ଅସୁବିଧା ଉତ୍ପନ୍ନ କରୁଛି। ସେହିପରି ନଦୀବନ୍ଧର ପାର୍ଶ୍ଵ ମାନଙ୍କରେ ଅନାବନା ବୃକ୍ଷଲତାରେ ପରିପୂର୍ଣ୍ଣର ସୁଯୋଗ ନେଇ ଉଇ ହୁଙ୍କା ହୋଇ ବନ୍ଧ ମଧ୍ୟରେ କିଛି ଯାଗାରେ ଫମ୍ପା ସଦୃଶ ହୋଇଥିବାବେଳେ ମୂଷା ଓ ନେଉଳ ପ୍ରଭୃତି ସରୀସୃପ ଜୀବ ଗର୍ତ୍ତମାନ କରିଥିବା ଦେଖିବାକୁ ମିଳୁଛି। ଯାହାକି ଅତୀତରେ ବଡ ନଦୀ ବଢ଼ି ସମୟରେ ଶ୍ରୀରାମ ଠାରେ ଏକ କୁକୁଡ଼ା ଦାନା ବୋଝେଇ ମିନିଟ୍ରକ ବନ୍ଧରେ ଗଳିପଡ଼ିବାରୁ ଭିତର ଫମ୍ପା ଦେଇ ପ୍ରବାହିତ ବନ୍ୟାଜଳକୁ ସ୍ଥାନୀୟ ଯୁବକମାନେ ଆୟତ୍ତ କରିବା ସହିତ ପରବର୍ତ୍ତୀ ସମୟରେ ସେଠାରେ ବନ୍ଧକୁ କଟାଯାଇ ପୁନଃ ନିର୍ମାଣ କରାଯାଇଥିବା ନଜିର ରହିଅଛି। ଭବିଷ୍ୟତରେ ଯଦି ଲଗାଣ ବର୍ଷାରେ ବନ୍ୟାଜଳ ଉଭୟପାର୍ଶ୍ଵ ନଦୀରେ ପ୍ରବାହିତ ହୁଏ, ଏହି ଦୁର୍ବଳ ନଦୀବନ୍ଧରେ ଘାଇ ହୋଇ ୪୨ ମୌଜାବାସୀଙ୍କର ବହୁ କ୍ଷୟକ୍ଷତି କରିବା ସହିତ ଅନେକ ଧନଜୀବନ ହାନୀ ତଥା ଅନେକ ସରକାରୀ ଓ ବେସରକାରୀ ଘରଦ୍ୱାର ମାଟିରେ ମିଶିଯିବା ସମ୍ଭାବନା ସୃଷ୍ଟି ହୋଇଛି। ଏହି ସମସ୍ୟାର ଦୂରୀକରଣ ପାଇଁ ୪୨ ମୌଜାର ନଦୀବନ୍ଧ ଗୁଡ଼ିକ ପଥର ପ୍ୟାକିଙ୍ଗ କରିବା ପାଇଁ ଶ୍ରୀ ମହାବୀର ଯୁବ ପରିଷଦ ସଭାପତି ଆଡ଼ଭୋକେଟ୍ କେଶବ ଚନ୍ଦ୍ର କର, ସାଧାରଣ ସଂପାଦକ ବସନ୍ତ କୁମାର ପଣ୍ଡା, ସଂଯୋଜକ ଭଗବତୀ ପ୍ରସାଦ ପତି, ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା, କେଦାର କର, ଗଣେଶ ପଣ୍ଡା, ଲକ୍ଷ୍ମଣ ଦୀକ୍ଷିତ ଓ ଚିନ୍ମୟ ଦାଶ ପ୍ରଭୃତି ସମସ୍ତ ସଦସ୍ୟ ଓ ଜନସାଧାରଣ ଜିଲ୍ଲା ପ୍ରଶାସନ, ୫ ଟି ସରକାର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଦୃଢ଼ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *