ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ବିଂଝାରପୁର ଅଂଚଳରେ କୁମ୍ଭୀର ଆତଙ୍କ ! ଘଟଣାରୁ ଜଣାଯାଇଛି ଯେ ବିଂଝାରପୁର ବ୍ଲକର ଖରସ୍ରୋତା ନଦୀକୁଳ ଗ୍ରାମ ମାନଙ୍କରେ ଏବେ ନାହିଁ ନଥିବା ଭୟ ଓ ଆତଙ୍କ ଖେଳିଯାଇଛି ! ନଦୀରେ ବିଭିନ୍ନ ସ୍ଥାନରେ ବଉଳା କୁମ୍ଭୀର ବୁଲୁଥିବାର ନଜରକୁ ଆସିଛି l ଏହି ଅଂଚଳ ବାସୀ ସାଧାରଣତଃ କୃଷି ଉପରେ ନିର୍ଭର କରିଥାନ୍ତି ଓ ନଦୀ ନାଳ ଉପରେ ନିର୍ଭର କରିଥାନ୍ତି l ଅପର ପକ୍ଷରେ ସ୍ଥାନୀୟ ଅଧିବାସୀ ଗାଧୋଇବା ଓ ଅନ୍ୟାନ୍ୟ କାମ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି ! ଏଭଳି ପରିସ୍ଥିତିରେ ନଦୀରେ କୁମ୍ଭୀର ଉପସ୍ଥିତି ଜନସାଧାରଣଙ୍କ ମନରେ ଆତଙ୍କ ଖେଳାଇଛି ଓ ପ୍ରଶାସନ ଏତିପ୍ରତି ନଜର ଦେବାକୁ ଦାବୀ ହେଉଛି !