ରାୟଗଡ ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ରାୟଗଡ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗୁଗୁଲ ମିଟରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଗୁଣପୁର, ଲଳିତ କୁମାର କହଁର , ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ, ଅଗ୍ନିଶମ ବିଭାଗ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ବୈଠକରେ ବିଶେଷ କରି ବର୍ଷା ଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇ ପାରିବ ସେଥି ନିମନ୍ତେ ପ୍ରଦର୍ଶନୀ ଓ ମକ ଡ୍ରିଲ କିପରି ଭାବରେ ଆୟୋଜନ କରାଯିବ ସେଥିପାଇଁ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିର ଏହି ଜିଲ୍ଲା ସ୍ତରୀୟ ବୈଠକରେ ଆଲୋଚନା କରାଯାଇଥିଲା l ଆସନ୍ତା ତା 18/06/23ରିଖଦିନ ଜିଲ୍ଲା ସଦର ମହକୁମା ଓ ପ୍ରତ୍ୟେକ ବ୍ଳକରେ ଟେବୁଳଟପ ବୈଠକରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗ ସହିତ ଆଲୋଚନା କରାଯିବ ଏବଂ ଅଗ୍ନିଶମ ବିଭାଗ ତରଫରୁ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧରେ ପ୍ରଦର୍ଶନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଆସନ୍ତା 19/06/23ରିଖଦିନ ଜିଲ୍ଲାର ତିନୋଟି ବହୁମୂଖୀ ଆଶ୍ରୟ ସ୍ଥଳି ଯଥା ରାୟଗଡ ବ୍ଲକର ହାଟ ଶେଷଖାଲ ,ବିଷମ କଟକ କୁଟ୍ରାଗଡ଼ ଏବଂ ଗୁଣପୁରର ବିକ୍ରମପୁର ଠାରେ ମକ ଡ୍ରିଲ ଆୟୋଜନ କରାଯିବ l ଏହି ମକ ଡ୍ରିଲ ନିମନ୍ତେ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳି ଅଂଚଳରେ ପରିଚାଳକ, ସ୍ଥାନୀୟ ଜନସାଧାରଣ, ସରପଂଚ, ସ୍ବେଚ୍ଛାସେବୀ, ଅଗ୍ନିଶମ ବିଭାଗ ଆଦିଙ୍କୁ ସାମିଲ କରିବେ l ଅଗ୍ନିଶମ ବିଭାଗ ପକ୍ଷରୁ ମକ ପ୍ରଦର୍ଶନ କରି ଲୋକ ମାନଙ୍କୁ ସଚେତନ କରିବେ l ଏଥିପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିଡିଓ ମାନେ ସଂମନ୍ଵୟ ବୈଠକ ଡାକି ବିଭିନ୍ନ ବିଭଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ l
ଟେଵଲ ଟପ ଏକ୍ସରସାଇଜ ଓ ମକ ଡ୍ରିଲ୍ଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

